ଟ୍ରେନ୍‌ରୁ ଲୁଟି ବାହାରେ ଭାଗ କରୁଥିଲେ, ମାଡ଼ି ବସିଲା ଆରପିଏଫ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଚଳନ୍ତା ଟ୍ରେନ ଭିତରୁ କେତେବେଳେ ବ୍ୟାଗ ତ କେତେବେଳେ ପର୍ସ ଚୋରି କରୁଥିଲେ। ଟ୍ରେନ୍‌ରୁ ଓହ୍ଲାଇ ତାହାକୁ ଭାଗବଣ୍ଟା କରି ମାଲେମାଲ ହେଉଥିଲେ। ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି। ଏପରି ଏକ ଚୋର ଗ୍ୟାଙ୍ଗର ୩ ଜଣଙ୍କୁ  ବଲାଙ୍ଗିର ଆରପିଏଫ ପୁଲିସ୍‌ ଗିରଫ କରି ସେମାନଙ୍କ ନିକଟରୁ ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଛି। ଗତକାଲି କୋରାପୁଟ ରାଉରକେଲା ଏକ୍ସପ୍ରେସରେ କଳାହାଣ୍ଡି ଜିଲ୍ଲା କେନ୍ଦୁଗୁଡା ଗାଁର ଦାଶରଥି ନାଗ ମୁନିଗୁଡାରୁ ରାଉରକେଲାକୁ […]

loot

  • Published: Saturday, 19 November 2022
  • , Updated: 19 November 2022, 12:56 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଚଳନ୍ତା ଟ୍ରେନ ଭିତରୁ କେତେବେଳେ ବ୍ୟାଗ ତ କେତେବେଳେ ପର୍ସ ଚୋରି କରୁଥିଲେ। ଟ୍ରେନ୍‌ରୁ ଓହ୍ଲାଇ ତାହାକୁ ଭାଗବଣ୍ଟା କରି ମାଲେମାଲ ହେଉଥିଲେ। ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି। ଏପରି ଏକ ଚୋର ଗ୍ୟାଙ୍ଗର ୩ ଜଣଙ୍କୁ  ବଲାଙ୍ଗିର ଆରପିଏଫ ପୁଲିସ୍‌ ଗିରଫ କରି ସେମାନଙ୍କ ନିକଟରୁ ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଛି।

ଗତକାଲି କୋରାପୁଟ ରାଉରକେଲା ଏକ୍ସପ୍ରେସରେ କଳାହାଣ୍ଡି ଜିଲ୍ଲା କେନ୍ଦୁଗୁଡା ଗାଁର ଦାଶରଥି ନାଗ ମୁନିଗୁଡାରୁ ରାଉରକେଲାକୁ ଯାଉଥିଲେ । ରାତି ପ୍ରାୟ ସାଢେ ୧୨ଟା ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନରେ ଟ୍ରେନଟି ପହଞ୍ଚିବା ପରେ ହଠାତ ତିନିଜଣ ଯୁବକ ଦାଶରଥିଙ୍କ ବ୍ୟାଗ ଲୁଟ କରି ଫେରାର ମାରିଥିଲେ । ଏନେଇ ଯାତ୍ରୀଜଣକ ବଲାଙ୍ଗିର ଆରପିଏଫରେ ଲିଖିତ ଅଭିଯୋଗ କରିଥିଲେ ।

ଆର.ପି.ଏଫର ସ୍ୱତନ୍ତ୍ର ଟିମ ସିସି.ଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା । ରେଲୱେ ଷ୍ଟେସନଠୁ କିଛି ଦୂରରେ ତିନି ଲୁଟେରା ବ୍ୟାଗ ଖୋଲି ଭାଗବଣ୍ଟା କରୁଥିବା ସମୟରେ ମାଡି ବସିଥିଲା ଆରପିଏଫ ପୁଲିସ୍‌ । ସେମାନଙ୍କଠାରୁ ଟଙ୍କା ସହିତ ବହୁ ମୂଲ୍ୟବାନ କାଗଜପତ୍ର ଉଦ୍ଧାର କରିଥିଲା ଆରପିଏଫ ।

ଗିରଫ ତିନି ଜଣ ହେଉଛନ୍ତି, ବଲାଙ୍ଗିର ସହରର ଠିକାଦାର  ସୁନାଧର ବରିହା, କଲେଜଛକର ରାଜେଶ ମେହେର ଏବଂ ସାଗରପଡାର ପ୍ରିତମ ଅଦାବରିଆ । ଏମାନେ ଅଭ୍ୟାସଗତ ଲୁଟେରା ବୋଲି ଜଣାପଡିଛି । ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ଥିବା ଜଣାପଡିଛି ।

 

Related story