/odisha-reporter/media/post_attachments/uploads/2020/02/arrest-99.jpg)
arrest
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ କରଡ଼ା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଦୁଇ ଜଣ ହାତୀ ଶିକାରୀଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଗୌରାଙ୍ଗ ଦେଦୁରୀ ଓ ମନୋଜ ବେହେରା। ସେମାନେ ଦନ୍ତା ମାରିବାକୁ ଯୋଜନା କରୁଥିବା ବେଳେ ଧରାପଡ଼ିଛନ୍ତି।
Advertisment
ପୂର୍ବରୁ ମଧ୍ୟ ଗୌରାଙ୍ଗ ଓ ମନୋଜ ବହୁ ହାତୀ ଶିକାରରେ ସଂପୃକ୍ତ ଅଛନ୍ତି ବୋଲି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା କହିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ବାରୁଦ ଓ ଗୁଳି ଆଦି ଜବତ ହୋଇଛି। ଏମାନେ କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକର ସହଯୋଗୀ ଥିଲେ। ଫେବ୍ରୁଆରୀ ୯ ତାରିଖରେ କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁରୁ ବାବୁଲି ମହାଳିକକୁ ବନ ବିଭାଗ ଗିରଫ କରିଥିଲା। ତା’ ନିକଟରୁ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ, ହରିଣ ଛାଲ ଓ ଶିଙ୍ଗ ଜବତ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
