ଦନ୍ତା ମାରିବାକୁ ଯୋଜନା କରୁଥିଲେ, ଧରାପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ କରଡ଼ା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଦୁଇ ଜଣ ହାତୀ ଶିକାରୀଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଗୌରାଙ୍ଗ ଦେଦୁରୀ ଓ ମନୋଜ ବେହେରା। ସେମାନେ ଦନ୍ତା ମାରିବାକୁ ଯୋଜନା କରୁଥିବା ବେଳେ ଧରାପଡ଼ିଛନ୍ତି। ପୂର୍ବରୁ ମଧ୍ୟ ଗୌରାଙ୍ଗ ଓ ମନୋଜ ବହୁ ହାତୀ ଶିକାରରେ ସଂପୃକ୍ତ ଅଛନ୍ତି ବୋଲି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା କହିଛନ୍ତି।  ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ବାରୁଦ ଓ ଗୁଳି […]

arrest

Jyoshna Pradhan
  • Published: Friday, 21 February 2020
  • , Updated: 21 February 2020, 09:51 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ କରଡ଼ା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଦୁଇ ଜଣ ହାତୀ ଶିକାରୀଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଗୌରାଙ୍ଗ ଦେଦୁରୀ ଓ ମନୋଜ ବେହେରା। ସେମାନେ ଦନ୍ତା ମାରିବାକୁ ଯୋଜନା କରୁଥିବା ବେଳେ ଧରାପଡ଼ିଛନ୍ତି।

ପୂର୍ବରୁ ମଧ୍ୟ ଗୌରାଙ୍ଗ ଓ ମନୋଜ ବହୁ ହାତୀ ଶିକାରରେ ସଂପୃକ୍ତ ଅଛନ୍ତି ବୋଲି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା କହିଛନ୍ତି।  ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ବାରୁଦ ଓ ଗୁଳି ଆଦି ଜବତ ହୋଇଛି। ଏମାନେ କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକର ସହଯୋଗୀ ଥିଲେ। ଫେବ୍ରୁଆରୀ ୯ ତାରିଖରେ କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁରୁ ବାବୁଲି ମହାଳିକକୁ ବନ ବିଭାଗ ଗିରଫ କରିଥିଲା। ତା’ ନିକଟରୁ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ, ହରିଣ ଛାଲ ଓ ଶିଙ୍ଗ ଜବତ ହୋଇଥିଲା।

Related story