/odisha-reporter/media/post_attachments/uploads/2020/08/Bhadrak-2.jpg)
Bhadrak
ଭଦ୍ରକ (ଓଡ଼ିଶା ରିପୋର୍ଟର): ଦିନେ ନୁହଁ କି ଦୁଇ ଦିନ ନୁହେଁ, ଆଜକୁ ଏକ ମାସ ହେବ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି ୩ ପରିବାର। ୮ ଦିନ ହେଲା ଅର୍ଡର ଷ୍ଟେ’ ଅର୍ଡର ଭିତରେ ସନ୍ତୁଳି ହେଉଛନ୍ତି ଘେରାବନ୍ଦୀରେ ଥିବା ପରିବାର। ନ୍ୟାୟ ନ ମିଳିବାରୁ ଶେଷରେ ୨ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ ଅଚକ ଗ୍ରାମ ପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମରେ । ନନ୍ଦପୁର ଗାଁର ୩ ପରିବାରର ଲୋକଙ୍କ ପାଇଁ ଯାତାୟାତ ପାଇଁ ଥିବା ରାସ୍ତାକୁ କେହି ଜଣେ ଅବରୋଧ କରିଥିଲେ। ଜୁଲାଇ ୨୧ରୁ ଆଜି ପର୍ଯ୍ୟନ୍ତ ଏହି ପରିବାର ର ଲୋକେ ଯାତାୟାତ ପାଇଁ ବହୁ ସମସ୍ୟା ର ସମ୍ମୁଖ ହେଉଥିଲେ। ଏନେଇ ବାରମ୍ବାର ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନଥିଲା।
ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାସ୍ତାରେ ଥିବା ଘରକୁ ଭାଙ୍ଗିବା ପାଇଁ ନିଷ୍ପତି ହୋଇଥିଲା । କିନ୍ତୁ କୌଣସି କାରଣରୁ ଘରକୁ ଭଙ୍ଗାଯାଇ ପାରିନାହିଁ। ଶେଷରେ ଆଜି ତହସିଲ ଅଫିସ , ତହସିଲଦାର ଓ ପୁଲିସ ଉପସ୍ଥିତରେ ଦୁଇ ଜଣ ବିଷ ପିଇ ଥିଲେ । ଏବେ ଦୁଇ ଗୁରୁତର ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଦେଖନ୍ତୁ କ’ଣ ଅଭିଯୋଗ ଆଣିଥିଲେ ପରିବାର-
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
