ଦାଦନ ଦୁଃଖ: ସପ୍ତାହକ ଭିତରେ ଚାଲିଗଲାଣି ଦୁଇ ଝିଅଙ୍କ ଜୀବନ

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲାରେ ବଢ଼ିବାରେ ଲାଗିଛି ଦାଦନ ଦୁଃଖ। ସପ୍ତାହକ ଭିତରେ ପରିବାର ପ୍ରତିପୋଷଣ ନିମନ୍ତେ ରାଜ୍ୟ ବାହାର ବାଙ୍ଗାଲୋରକୁ କାମ କରିବାକୁ ଯାଇଥିବା ଦୁଇ କିଶୋରୀଙ୍କ ଜୀବନ ଚାଲି ଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ସମ୍ପୂର୍ଣ୍ଣ ସ୍ତବ୍ଧ। ଜଣେ ନୟାକୋଟ ଥାନା ତୋଟାଦିହ ଗ୍ରାମର ଦଶରଥ ଗଡ଼ମାଝୀଙ୍କ ଝିଅ କୁନ୍ତଳା ଗଡ଼ମାଝୀ ହୋଇଥିବା ବେଳେ ଅନ୍ୟ ଜଣେ ଗୋପପୁର ଗ୍ରାମର ଚିତ୍ରସେନ ଭିତିରିଆଙ୍କ ଝିଅ ମନ୍ଦାକିନୀ ଭିତିରିଆ। ସୂଚନା ମୁତାବକ, ବାଂଶପାଳ […]

Two-girl

Two-girl

Niranjan Mishra
  • Published: Tuesday, 31 May 2022
  • Updated: 31 May 2022, 06:00 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲାରେ ବଢ଼ିବାରେ ଲାଗିଛି ଦାଦନ ଦୁଃଖ। ସପ୍ତାହକ ଭିତରେ ପରିବାର ପ୍ରତିପୋଷଣ ନିମନ୍ତେ ରାଜ୍ୟ ବାହାର ବାଙ୍ଗାଲୋରକୁ କାମ କରିବାକୁ ଯାଇଥିବା ଦୁଇ କିଶୋରୀଙ୍କ ଜୀବନ ଚାଲି ଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ସମ୍ପୂର୍ଣ୍ଣ ସ୍ତବ୍ଧ। ଜଣେ ନୟାକୋଟ ଥାନା ତୋଟାଦିହ ଗ୍ରାମର ଦଶରଥ ଗଡ଼ମାଝୀଙ୍କ ଝିଅ କୁନ୍ତଳା ଗଡ଼ମାଝୀ ହୋଇଥିବା ବେଳେ ଅନ୍ୟ ଜଣେ ଗୋପପୁର ଗ୍ରାମର ଚିତ୍ରସେନ ଭିତିରିଆଙ୍କ ଝିଅ ମନ୍ଦାକିନୀ ଭିତିରିଆ।

ସୂଚନା ମୁତାବକ, ବାଂଶପାଳ ବ୍ଲକର କିଛି ଝିଅ ସରକାରଙ୍କ ଦକ୍ଷତା ବିକାଶ ତାଲିମ ଅନ୍ତର୍ଗତ ସିଲେଇ ତାଲିମ ନେଇଥିଲେ। ଓଡ଼ିଶାରେ ତାଙ୍କୁ ତାଲିମ ଅନୁଯାଇ କାମ ନ ମିଳିବାରୁ। ସେମାନେ ବାଙ୍ଗାଲୋର ଯାଇ ଦୁଇଟି ଭିନ୍ନ ଭିନ୍ନ ସଂସ୍ଥାରେ କାମ କରୁଥିଲେ। କରୋନା ବେଳେ ସବୁ ଗାଁକୁ ଫେରି ଆସିଥିଲେ। ପାରିବାରିକ ଅଭାବ ଅନଟନ ଦୂର କରିବା ନିମନ୍ତେ ୩ମାସ ପୂର୍ବେ ପୁଣି ନିଜ କର୍ମସଂସ୍ଥାନକୁ ଯାଇଥିଲେ। ଗତ ୨୩ ତାରିଖରେ ସେମାନଙ୍କ ମଧ୍ୟରୁ କୁନ୍ତଳାଙ୍କ ମୃତ୍ୟୁ ଖବର ଗାଁକୁ ଆସିଥିଲା। ଝାଟିମାଟି ଘରେ ରହୁଥିବା ତାଙ୍କ ଗରିବ ବାପା ଝିଅର ଶବ ଆଣିବା ବ୍ୟବସ୍ଥା କରିବାକୁ କେନ୍ଦୁଝର ଜିଲ୍ଲପାଳ ଓ ସ୍ଥାନୀୟ ବିଧାୟକ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ସହାୟତା ଲୋଡ଼ିଥିଲେ। ଝିଅର ଶବ ଗାଁରେ ପହଞ୍ଚି ସତ୍କାର ହୋଇଥିଲା। ହେଲେ ତାଙ୍କ ଜୁଇର ନିଆଁ ଲିଭିନଥିଲା ବେଳେ ବାଙ୍ଗାଲୋରରେ କାମ କରୁଥିବା ମନ୍ଦାକିନୀଙ୍କ ଗତକାଲି କୌଣସି କାରଣରୁ ମୃତ୍ୟୁ ହୋଇଥିବା ଖବର ପହଞ୍ଚି ଥିଲା। ଶବ ବାଙ୍ଗାଲୋରର ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଶବ ଗୃହରେ ପଡ଼ିରହିଛି। ଏ ଖବର ପାଇ ପୂରା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ତାଙ୍କ ବାପା ଖୁବ୍ ଗରିବ। ଝିଅର ଶବ କିପରି ଆସିବ ସେହିଚିନ୍ତାରେ ସେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏନେଇ ସେ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି।

ଗରିବ ବାପା ମା’ଙ୍କୁ କିଛି ସାହାଯ୍ୟ କରିବା ଆଶାନେଇ ଦାଦନ ଖଟି ଯାଇଥିବା ଦୁଇ କୁଶଳୀ ଝିଅଙ୍କ ମୃତ୍ୟୁ ସେମାନଙ୍କ ପରିବାର ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ଦେଇଛି। ବହୁ ଦୁଃଖ କଷ୍ଟରେ ଏତେ ବଡ଼ କରିଥିବା ଝିଅମାନଙ୍କ ଅକାଳ ମୃତ୍ୟୁ ସେମାନଙ୍କ ପରିବାରକୁ ଦୁଃଖର ସାଗରରେ ଭସାଇ ଦେଇଛି।

କେନ୍ଦୁଝର ପରି ଖଣି ଖାଦାନ ଭରା ସମୃଦ୍ଧ ଜିଲ୍ଲାରେ ଏପରି ଦାଦନ ଦୁଃଖ ସରକାରଙ୍କ ସବୁ ପାରିବା ପଣିଆକୁ ପଦାରେ ପକାଇଦେଇଛି। ରାଜ୍ୟରେ ନିଯୁକ୍ତି ନାହିଁ କି ତାଲିମ ପ୍ରାପ୍ତ କୁଶଳୀମାନଙ୍କ ପାଇଁ କର୍ମସଂସ୍ଥାନ ନାହିଁ। ବହୁ ଯୁବକଯୁବତୀ ସରକାରଙ୍କ ବିଭିନ୍ନ ଯୋଜନାରେ ନିଜର ଦକ୍ଷତା ବିକାଶ ପାଇଁ ତାଲିମ ନେଉଛନ୍ତି ସତ। କିନ୍ତୁ ନିଯୁକ୍ତି ଓ କର୍ମସଂସ୍ଥାନ ଅଭାବ ଯୋଗୁଁ ବାହାର ରାଜ୍ୟକୁ କାମ ଧନ୍ଦା ପାଇଁ ପଳାଉଛନ୍ତି। ଗୋଟିଏ ଅର୍ଥରେ କୁଶଳୀ ଶ୍ରମିକମାନେ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ନିଜ ପରିବାର ଠାରୁ ଦୂର ହେବା ସେମାନଙ୍କ ସୁରକ୍ଷାକୁ ବିପଦରେ ପକାଉଛି। କିଛି ଦାଦନ ଘରକୁ ଶବ ହୋଇ ଫେରୁଛନ୍ତି। ଯାହା ଉଦବେଗ ବିଷୟ ହୋଇଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos