minor boy
ସୋର(ଓଡ଼ିଶା ରିପୋର୍ଟର): ସେବାଶ୍ରମ ମାଲିକ ପେଟ ପୂରା ଖାଇବାକୁ ଦେଉ ନ ଥିଲେ। ପ୍ରବଳ ଖଟାଉଥିଲେ। ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା କରିବାକୁ ବି କହୁଥିଲେ। ନ ହେଲେ ମିଳୁଥିଲା ଅକଥନୀୟ ଅତ୍ୟାଚାର। ନିର୍ଯାତନା ସହି ନ ପାରିବାରୁ ସେଠାରୁ ଖସି ପଳାଇ ଆସିଲୁ। ସେବାଶ୍ରମରୁ ଖସି ଆସିଥିବା ୨ ନାବାଳକ ଉଦ୍ଧାର ପରେ କହିଛନ୍ତି ତାଙ୍କ ସହ ବିତିଥିବା ନିର୍ଯାତନାର କାହାଣୀ।
ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ବଜାରରୁ ଗତ ରାତିରେ ୨ ନାବାଳକକୁ ଉଦ୍ଧାର କରାଯାଇଛି l ନାବାଳକ ଦୁଇଜଣ ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ରହୁଥିଲେ l ସେଠାରେ ସେବାଶ୍ରମ ମୁଖିଆ ନାବାଳକ ଦୁଇ ଜଣଙ୍କୁ ଅତ୍ୟଧିକ ଯନ୍ତ୍ରଣା ଦେବା ସହିତ ବିଭିନ୍ନ କାମ କରାଉଥିଲେ l ତେଣୁ ନାବାଳକ ଦୁଇଜଣ ସେହି ଭୟରେ ସେଠାରୁ ଲୁଚି ପଳାଇ ଆସିଥିବା କହିଛନ୍ତି l
ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ପ୍ରାୟ ୨୫ ପିଲା ରୁହନ୍ତି । ହେଲେ ଗତ ରାତିରେ ସମସ୍ତେ ଶୋଇପଡ଼ିବା ପରେ ଏହି ୨ ନାବାଳକ ସେଠାରୁ ଖସି ଆସିଥିଲେ। ସେମାନେପ୍ରାୟ ୧୦ କିମି ଚାଲି ଚାଲି ଗୋପାଳପୁର ବଜାରରେ ପହଞ୍ଚିଥିଲେ ।
ଗୋପାଳପୁର ବଜାରରେ ଥିବା ବଜାର କମିଟି ଓ ଗୋପାଳପୁର ଫାଣ୍ଡିର କର୍ମଚାରୀ ସେମାନଙ୍କୁ ଅଟକାଇ ପଚାରିବାରୁ ସବୁକଥା କହିଥିଲେ l ଏହି ଦୁଇ ନାବାଳକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାଯାଇଛି। ତେବେ ସ୍ଥାନୀୟଲୋକେ ଏହି ବାବଦରେ ଚାଇଲଡଲାଇନକୁ ମଧ୍ୟ ଖବର ଦେଇଛନ୍ତି l
ନାବାଳକଦ୍ୱୟ ସେବାଶ୍ରମରୁ ଖସି ପଳାଇ ଆସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଘଟଣାର ତଦନ୍ତ କରାଯିବ ବୋଲି ସୋର ଫାଣ୍ଠି ଅଧିକାରୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/minor.jpg)