Advertisment

କଡ଼ା କଟକଣା ସତ୍ତ୍ୱେ ବଳଭଦ୍ରଙ୍କ ରଥ ଚଢ଼ିଲେ ଅଣସେବାୟତ

ପୁରୀ(ଓଡ଼ିଶା ରିପୋର୍ଟର): ଗତବର୍ଷ ପରି ଚଳିତ ବର୍ଷ ବି କଡ଼ା କଟକଣା ମଧ୍ୟରେ ବିନା ଭକ୍ତରେ ରଥ ଯାତ୍ରା ଓ ବାହୁଡ଼ା ଅନୁଷ୍ଠିତ ହୋଇଥିବା ବେଳେ ଭାଇଭଉଣୀଙ୍କ ସହ କାଳିଆ ଠାକୁରଙ୍କ ରଥ ବଡ଼ଦାଣ୍ଡରେ ଲାଗିଛି। ସବୁକିଛି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚାଲିଥିବା ବେଳେ ଏକ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚାରିଆଡ଼େ ପୁଲିସ୍‌ ଛାଉଣୀ ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ପହଞ୍ଚିଗଲେ ଅଣସେବାୟତ ।  ଏହି ଫଟୋ ଏବେ […]

author-image
Niharika Rout
ଅଦ୍ୟତନ ହୋଇଛି
କଡ଼ା କଟକଣା ସତ୍ତ୍ୱେ ବଳଭଦ୍ରଙ୍କ ରଥ ଚଢ଼ିଲେ ଅଣସେବାୟତ

Pic Viral

ପୁରୀ(ଓଡ଼ିଶା ରିପୋର୍ଟର): ଗତବର୍ଷ ପରି ଚଳିତ ବର୍ଷ ବି କଡ଼ା କଟକଣା ମଧ୍ୟରେ ବିନା ଭକ୍ତରେ ରଥ ଯାତ୍ରା ଓ ବାହୁଡ଼ା ଅନୁଷ୍ଠିତ ହୋଇଥିବା ବେଳେ ଭାଇଭଉଣୀଙ୍କ ସହ କାଳିଆ ଠାକୁରଙ୍କ ରଥ ବଡ଼ଦାଣ୍ଡରେ ଲାଗିଛି। ସବୁକିଛି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚାଲିଥିବା ବେଳେ ଏକ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Advertisment

ଚାରିଆଡ଼େ ପୁଲିସ୍‌ ଛାଉଣୀ ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ପହଞ୍ଚିଗଲେ ଅଣସେବାୟତ ।  ଏହି ଫଟୋ ଏବେ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି । ନିଜ ସୋଶାଲ ମିଡିଆ ସାଇଟରେ ଦୁଇ ଜଣ ଏହି ଫଟୋ ଅପଲୋଡ ମଧ୍ୟ କରିଛନ୍ତି । ଦୁଇ ଜଣ ବ୍ୟକ୍ତି ମାସ୍କ ପିନ୍ଧିଥିବାରୁ ଏହା ଚଳିତ ବର୍ଷର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

[caption id="attachment_660480" align="aligncenter" width="650"]Pic Viral ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ଅଣସେବାୟତ ।[/caption]

Advertisment

ପୁଲିସ୍‌ ଉପସ୍ଥିତିରେ ଦୁଇ ଜଣ ଯୁବକ ରଥ ଉପରେ ଚଢି କେମିତି ଫଟୋ ଉଠାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଫଟୋରେ ଥିବା ଏହି ଦୁଇ ଯୁବକ ସେବାୟତ କି ଅଣ ସେବାୟତ ତାହା ସ୍ପଷ୍ଟ ହୋଇନାହିଁ  । ଏନେଇ ଜିଲ୍ଲାପାଳ କହିଛନ୍ତି ଘଟଣାର ଅନୁଧ୍ୟାନ କରାଯାଉଛି  । ସେହିପରି କର୍ଫ୍ୟୁ ସତ୍ତ୍ୱେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଜଣେ ଅଣ ସେବାୟତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

Bahuda Yatra2021