ପୁରୀ(ଓଡ଼ିଶା ରିପୋର୍ଟର): ଗତବର୍ଷ ପରି ଚଳିତ ବର୍ଷ ବି କଡ଼ା କଟକଣା ମଧ୍ୟରେ ବିନା ଭକ୍ତରେ ରଥ ଯାତ୍ରା ଓ ବାହୁଡ଼ା ଅନୁଷ୍ଠିତ ହୋଇଥିବା ବେଳେ ଭାଇଭଉଣୀଙ୍କ ସହ କାଳିଆ ଠାକୁରଙ୍କ ରଥ ବଡ଼ଦାଣ୍ଡରେ ଲାଗିଛି। ସବୁକିଛି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚାଲିଥିବା ବେଳେ ଏକ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଚାରିଆଡ଼େ ପୁଲିସ୍ ଛାଉଣୀ ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ପହଞ୍ଚିଗଲେ ଅଣସେବାୟତ । ଏହି ଫଟୋ ଏବେ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି । ନିଜ ସୋଶାଲ ମିଡିଆ ସାଇଟରେ ଦୁଇ ଜଣ ଏହି ଫଟୋ ଅପଲୋଡ ମଧ୍ୟ କରିଛନ୍ତି । ଦୁଇ ଜଣ ବ୍ୟକ୍ତି ମାସ୍କ ପିନ୍ଧିଥିବାରୁ ଏହା ଚଳିତ ବର୍ଷର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
[caption id="attachment_660480" align="aligncenter" width="650"]
ପୁଲିସ୍ ଉପସ୍ଥିତିରେ ଦୁଇ ଜଣ ଯୁବକ ରଥ ଉପରେ ଚଢି କେମିତି ଫଟୋ ଉଠାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଫଟୋରେ ଥିବା ଏହି ଦୁଇ ଯୁବକ ସେବାୟତ କି ଅଣ ସେବାୟତ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଜିଲ୍ଲାପାଳ କହିଛନ୍ତି ଘଟଣାର ଅନୁଧ୍ୟାନ କରାଯାଉଛି । ସେହିପରି କର୍ଫ୍ୟୁ ସତ୍ତ୍ୱେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଜଣେ ଅଣ ସେବାୟତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।