/odisha-reporter/media/post_attachments/uploads/2020/07/nilagiri-1-1.jpg)
nilagiri-1--1
ନିଳଗିରି(ବିଶ୍ୱମ୍ବର ଦାସ):କରୋନା ସ୍ଥିତିକୁ ଦେଖି ବାଲେଶ୍ୱର ଜିଲ୍ଲାର ଦୁଇ ପଞ୍ଚାୟତକୁ ଶଟଡାଉନ୍ ଘୋଷଣା କରାଯାଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚୟତରେ ୧୨ ଜଣ ଓ ଜଡିଦା ପଞ୍ଚାୟତରେ ୫ ଜଣ ଏକାଥରେ ପଜିଟିଭ୍ ବାହାରିବା ପରେ ଉଭୟ ପଞ୍ଚାୟତର ସରପଞ୍ଚ ଏହି ଘୋଷଣା କରିଛନ୍ତି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ସରପଞ୍ଚ ଉପଜିଲାପାଳଙ୍କ ସହ ଆଲୋଚନା କରି ଏପରି ପଦକ୍ଷେପ ନେଇଛନ୍ତି।
Advertisment
ଆଜି ଦିନ ୧୧ଟାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସଜନାଗଡ଼ ପଞ୍ଚାୟତକୁ ଶଟଡାଉନ୍ ଘୋଷଣା କରାଯାଇଛି । ସେହିପରି ଜଡିଦା ପଞ୍ଚାୟତକୁ ଆଜି ଦିନ ୧୧ଟାରୁ ଆସନ୍ତାକାଲି ରାତି ୯ଟା ଯାଏ ଶଟଡାଉନ୍ ଘୋଷଣା କରାଯାଇଛି । ପଞ୍ଚାୟତର ଶଟଡାଉନ୍ ଅବଧି ସରିବା ପରେ ପୁଣି ସରକାରଙ୍କ ନିର୍ଦ୍ଦେଶ ମୁତାବକ ସପ୍ତାହର ଶନିବାର ଓ ରବିବାର ଶଟଡାଉନ୍ ଜାରି ରହିବ । ଲୋକେ ଏହି ନିର୍ଦ୍ଦେଶକୁ ମାନି ଘରେ ସୁରକ୍ଷିତ ରହିବାକୁ ନିବେଦନ କରିଛନ୍ତି ଉଭୟ ପଞ୍ଚାୟତର ସରପଞ୍ଚ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
