ବାଲେଶ୍ୱର ଜିଲ୍ଲାର ଦୁଇ ପଞ୍ଚାୟତ ଶଟଡାଉନ୍‌

ନିଳଗିରି(ବିଶ୍ୱମ୍ବର ଦାସ):କରୋନା ସ୍ଥିତିକୁ ଦେଖି ବାଲେଶ୍ୱର ଜିଲ୍ଲାର ଦୁଇ ପଞ୍ଚାୟତକୁ ଶଟଡାଉନ୍‌ ଘୋଷଣା କରାଯାଇଛି।  ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚୟତରେ ୧୨ ଜଣ ଓ ଜଡିଦା ପଞ୍ଚାୟତରେ ୫ ଜଣ ଏକାଥରେ ପଜିଟିଭ୍ ବାହାରିବା ପରେ ଉଭୟ ପଞ୍ଚାୟତର ସରପଞ୍ଚ ଏହି ଘୋଷଣା କରିଛନ୍ତି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ସରପଞ୍ଚ ଉପଜିଲାପାଳଙ୍କ ସହ ଆଲୋଚନା କରି ଏପରି ପଦକ୍ଷେପ ନେଇଛନ୍ତି। ଆଜି ଦିନ ୧୧ଟାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ […]

nilagiri-1--1

Niharika Rout
  • Published: Thursday, 09 July 2020
  • , Updated: 09 July 2020, 08:18 AM IST

ନିଳଗିରି(ବିଶ୍ୱମ୍ବର ଦାସ):କରୋନା ସ୍ଥିତିକୁ ଦେଖି ବାଲେଶ୍ୱର ଜିଲ୍ଲାର ଦୁଇ ପଞ୍ଚାୟତକୁ ଶଟଡାଉନ୍‌ ଘୋଷଣା କରାଯାଇଛି।  ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚୟତରେ ୧୨ ଜଣ ଓ ଜଡିଦା ପଞ୍ଚାୟତରେ ୫ ଜଣ ଏକାଥରେ ପଜିଟିଭ୍ ବାହାରିବା ପରେ ଉଭୟ ପଞ୍ଚାୟତର ସରପଞ୍ଚ ଏହି ଘୋଷଣା କରିଛନ୍ତି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ସରପଞ୍ଚ ଉପଜିଲାପାଳଙ୍କ ସହ ଆଲୋଚନା କରି ଏପରି ପଦକ୍ଷେପ ନେଇଛନ୍ତି।

ଆଜି ଦିନ ୧୧ଟାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସଜନାଗଡ଼ ପଞ୍ଚାୟତକୁ ଶଟଡାଉନ୍‌ ଘୋଷଣା କରାଯାଇଛି । ସେହିପରି ଜଡିଦା ପଞ୍ଚାୟତକୁ ଆଜି ଦିନ ୧୧ଟାରୁ ଆସନ୍ତାକାଲି ରାତି ୯ଟା ଯାଏ ଶଟଡାଉନ୍‌ ଘୋଷଣା କରାଯାଇଛି । ପଞ୍ଚାୟତର ଶଟଡାଉନ୍‌ ଅବଧି ସରିବା ପରେ ପୁଣି ସରକାରଙ୍କ ନିର୍ଦ୍ଦେଶ ମୁତାବକ ସପ୍ତାହର ଶନିବାର ଓ ରବିବାର ଶଟଡାଉନ୍‌ ଜାରି ରହିବ । ଲୋକେ ଏହି ନିର୍ଦ୍ଦେଶକୁ ମାନି ଘରେ ସୁରକ୍ଷିତ ରହିବାକୁ ନିବେଦନ କରିଛନ୍ତି ଉଭୟ ପଞ୍ଚାୟତର ସରପଞ୍ଚ।

Related story