Advertisment

ଟ୍ରେନ୍‌ ଚଢ଼ୁ ଚଢ଼ୁ ଗଳି ପଡ଼ିଲେ ୨ ଯାତ୍ରୀ, ତାତିଲେ ଲୋକେ

ଯାଜପୁର(ଓଡ଼ିଶା ରିପୋର୍ଟର) : ଅତ୍ୟଧିକ ଭିଡ଼ରେ ଟ୍ରେନ୍‌ ଚଢ଼ୁ ଚଢ଼ୁ ଗଳି ପଡ଼ିଲେ ୨ ଯାତ୍ରୀ। ଏହି ଦୁର୍ଘଟଣାରେ ଯାତ୍ରୀ ୨ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଟ୍ରେନ୍‌କୁ ପ୍ରାୟ ୫ ଘଣ୍ଟା ଅଟକ ରଖିଥିବା ବେଳେ  ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ଏପରି ଅଘଟଣ ଆଜି ସକାଳେ ଯାଜପୁର ଜିଲ୍ଲା ଦୁଲାଖ ପାଟଣା ରେଳ ଷ୍ଟେସନରେ ଘଟିଛି। ପଲାସା DMU […]

ଅଦ୍ୟତନ ହୋଇଛି
ଟ୍ରେନ୍‌ ଚଢ଼ୁ ଚଢ଼ୁ ଗଳି ପଡ଼ିଲେ ୨ ଯାତ୍ରୀ, ତାତିଲେ ଲୋକେ

train

Advertisment

ଯାଜପୁର(ଓଡ଼ିଶା ରିପୋର୍ଟର) : ଅତ୍ୟଧିକ ଭିଡ଼ରେ ଟ୍ରେନ୍‌ ଚଢ଼ୁ ଚଢ଼ୁ ଗଳି ପଡ଼ିଲେ ୨ ଯାତ୍ରୀ। ଏହି ଦୁର୍ଘଟଣାରେ ଯାତ୍ରୀ ୨ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଟ୍ରେନ୍‌କୁ ପ୍ରାୟ ୫ ଘଣ୍ଟା ଅଟକ ରଖିଥିବା ବେଳେ  ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ଏପରି ଅଘଟଣ ଆଜି ସକାଳେ ଯାଜପୁର ଜିଲ୍ଲା ଦୁଲାଖ ପାଟଣା ରେଳ ଷ୍ଟେସନରେ ଘଟିଛି।

Advertisment

ପଲାସା DMU ପାସେଞ୍ଜର ଟ୍ରେନ ଆଜି ସକାଳେ ଦୁଲାଖ ପାଟଣା ଷ୍ଟେଶନରେ ପହଞ୍ଚିବା ବେଳକୁ ସେଥିରେ ଅସମ୍ଭବ ଭିଡ଼ ଥିଲା। ଏହି ଭିଡ଼ରେ ଚଢ଼ିବା ପାଇଁ ଯାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବାରୁ ୨ ଯାତ୍ରୀ ଟ୍ରେନ୍‌ରୁ ଗଳି ପଡ଼ିଥିଲେ। ସେମାନଙ୍କ ପରିଚୟ ମିଳିପାରି ନ ଥିବା ବେଳେ ସେମାନଙ୍କ ଶରୀରର ବିଭନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଷ୍ଟେଶନରେ ଥିବା ଯାତ୍ରୀଙ୍କ ସମେତ ସ୍ଥାନୀୟ ଲୋକେ ପହଞ୍ଚି ଟ୍ରେନ୍‌କୁ ପ୍ରାୟ ବହୁ ସମୟ ଅଟକାଇଥିଲେ।

ପଲାସା DMU ପାସେଞ୍ଜର ଟ୍ରେନ ଉପରେ ଦୈନଦିନ ବହୁ ସଂଖ୍ୟାରେ ଲୋକେ ନିର୍ଭର କରନ୍ତି। ଏହି ଟ୍ରେନ୍‌ର ବଗି ସଂଖ୍ୟା ବୃଦ୍ଧି କରିବାକୁ ବହୁ ଦିନରୁ ଦାବି ହୋଇ ଆସୁଥିବା ବେଳେ କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି। ହେଲେ କରୋନା ସମୟରେ ଟ୍ରେନ୍‌ ଭଡ଼ା ବୃଦ୍ଧି କରାଯାଇଥିବା ବେଳେ ଏଠାରେ ଲାଗି ରହିଥିବା ବିଭିନ୍ନ ଅବ୍ୟବସ୍ଥା ପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ତେଣୁ ଏହି ସବୁ ସମସ୍ୟାର ସମାଧାନ ଦାବିରେ ଉତ୍ତ୍ୟକ୍ତ ଲୋକେ ଟ୍ରେନ୍‌କୁ ଅଟକାଇଥିଲେ ।

Advertisment

ଘଟଣାସ୍ଥଳରେ ଆରପିଏଫ ପୁଲିସ୍‌ ମୁତୟନ ହୋଇଥିବା ବେଳେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। । ଡିଏମୟୁ ପାସେଞ୍ଜର ଟ୍ରେନ୍‌ର ବଗି ସଂଖ୍ୟା ବୃଦ୍ଧି ସହ ଦୁଲାଖ ପାଟଣା ଷ୍ଟେଶନରେ ଅନ୍ୟ ଏକ ପାସେଞ୍ଜର ଟ୍ରେନ୍ ରହଣି ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସ୍ଥାନୀୟ ବାସିନ୍ଦା ଓ ରେଳଯାତ୍ରୀ ଧାରଣାରୁ ଓହରିଥିବା ବେଳେ ରେଳ ଚଳାଚଳ ସ୍ୱଭାବିକ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe