ବ୍ରହ୍ମପୁର(ଜଗନ୍ନାଥ ସାହୁ): ଘରକୁ ଫେରିବା ଆଶାରେ ଚାଲିଲେ ୬ ଶହ କିଲୋମିଟର। ଚାଲି ଚାଲି ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରୁ ଘରକୁ ଫେରିଛନ୍ତି ଗଞ୍ଜାମ ଛତ୍ରପୁର ଅଞ୍ଚଳର ଦୁଇ ଶ୍ରମିକ। ବିଜୟୱାଡାରେ ମିସ୍ତ୍ରୀ ଭାବେ କାମ କରୁଥିବା ଏହି ଦୁଇ ଜଣ ଶ୍ରମିକ ଲକ୍ଡାଉନ୍ ପରେ କାମ ହରାଇଥିଲେ। ତେଣୁ ଘରକୁ ଫେରିବା ସ୍ଥିର କରି ଜାତୀୟ ରାଜପଥରେ ଚାଲି ଚାଲି ଆସି ପହଞ୍ଚିଛନ୍ତି। ଲଗାତାର ୬ ଦିନ ଧରି ଚାଲିବା ପରେ ଶେଷରେ ଉଭୟ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏହାପରେ ଜିଲ୍ଲା ପୁଲିସ୍ ପକ୍ଷରୁ ଉଭୟଙ୍କୁ ସହାୟତା ଦିଆଯାଇଛି। ଖାଦ୍ୟ ସାମଗ୍ରୀ ଦେବା ପରେ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଘରକୁ ଯିବାକୁ ଦିଆଯିବ ବୋଲି ସୂଚନା ମିଳିଛି।
ଖାଲି ଏହି ୨ ଶ୍ରମିକ ନୁହଁନ୍ତି ଆନ୍ଧ୍ରପ୍ରଦେଶରୁ ବହୁ ଶ୍ରମିକ ମାଲବାହୀ ଟ୍ରେନ୍ ଓ ଜାତୀୟ ରାଜପଥରେ ଚାଲି ଚାଲି ଗଞ୍ଜାମକୁ ଫେରୁଛନ୍ତି। ସେମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯିବା ନିମନ୍ତେ ସମସ୍ତ ବ୍ୟବସ୍ଥା ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।
Health
ରସୁଣକୁ ଦେଶୀ ଘିଅରେ ଭାଜି ଖାଆନ୍ତୁ, ଏହି ସବୁ ସ୍ୱାସ୍ଥ୍ୟଗତ ସମସ୍ୟାର କରିଥାଏ ସମାଧାନ
ରସୁଣ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଭାଇରାଲ।
Health
କଞ୍ଚା କ୍ଷୀର ପିଉଛନ୍ତି କି? ରୁହନ୍ତୁ ସାବଧାନ
ଆମେରିକାର ଫୁଡ୍ ଡ୍ରଗ୍ ଆଣ୍ଡ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ସମେତ ଆଉ କିଛି ସଂସ୍ଥା କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ କଞ୍ଚା କ୍ଷୀରରେ ପ୍ରୋବାୟୋଟିକ୍ସ ନଥାଏ।