Advertisment

ଭୁବନେଶ୍ୱର ପ୍ରେସ ଛକ ହତ୍ୟାକାଣ୍ଡରେ ୨ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପ୍ରେସ୍ ଛକରେ ଯୁବକଙ୍କୁ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ଏହାବ୍ୟତୀତ ସହିଦ୍ ନଗର ପୁଲିସ୍ ଆଉ ଜଣକୁ ଅଟକ ରଖି ପଚରା ଉଚରା କରୁଛି। ଦୁଇ ଗିରଫ ଅଭିଯୁକ୍ତ ହେଲେ ସତ୍ୟ ପ୍ରକାଶ ସିଂ ଓ ସତ୍ୟପ୍ରକାଶ ପାଣ୍ଡବ। ସେହିପରି ଜିତେନ୍ଦ୍ରକୁ ଅଟକ ରଖାଯାଇଛି। ଏମାନେ ହତ୍ୟାରେ ବ୍ୟବହୃତ କରିଥିବା ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ପୁଲିସ୍। ଏହି ହତ୍ୟାକାଣ୍ଡରେ ମୋଟ ୬ […]

ଭୁବନେଶ୍ୱର ପ୍ରେସ ଛକ ହତ୍ୟାକାଣ୍ଡରେ ୨ ଗିରଫ

police

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପ୍ରେସ୍ ଛକରେ ଯୁବକଙ୍କୁ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ଏହାବ୍ୟତୀତ ସହିଦ୍ ନଗର ପୁଲିସ୍ ଆଉ ଜଣକୁ ଅଟକ ରଖି ପଚରା ଉଚରା କରୁଛି। ଦୁଇ ଗିରଫ ଅଭିଯୁକ୍ତ ହେଲେ ସତ୍ୟ ପ୍ରକାଶ ସିଂ ଓ ସତ୍ୟପ୍ରକାଶ ପାଣ୍ଡବ। ସେହିପରି ଜିତେନ୍ଦ୍ରକୁ ଅଟକ ରଖାଯାଇଛି। ଏମାନେ ହତ୍ୟାରେ ବ୍ୟବହୃତ କରିଥିବା ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ପୁଲିସ୍।

Advertisment

ଏହି ହତ୍ୟାକାଣ୍ଡରେ ମୋଟ ୬ ଜଣ ସାମିଲ ଥିବା ବେଳେ ପୁଲିସ୍ ଏହି ତିନି ଜଣଙ୍କୁ ଧରିବାରେ ସଫଳ ହୋଇଛି। ଗତକାଲିର ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ। ଏମାନଙ୍କୁ ଖୋଜି ଧରିବା ପରେ ଏବେ ଖୋଳତାଡ଼ ଚାଲିଛି। ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ତଦନ୍ତ କରିଛି।

ଶନିବାର ପ୍ରେସ ଛକ ନିକଟରେ ଏକ କେକ୍ ଦୋକାନରେ ନିରଞ୍ଜନ ପରିଡ଼ା ଓ ବିଶାଳ ପାତ୍ରଙ୍କ ସହିତ ୬ ଅଭିଯୁକ୍ତଙ୍କର ବଚସା ହୋଇଥିଲା। କମେଣ୍ଟ ମରାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ବୋଲି କୁହାଯାଉଛି। ଏଥିରେ ନିରଞ୍ଜନ ପରିଡ଼ାଙ୍କର ମୃତ୍ୟୁ ହୋଇଥିବା ବେଳେ ବିଶାଳ ପାତ୍ର ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ କେବଳ ସେହି ଘଟଣା ନା ପୂର୍ବରୁ ଥିବା ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି, ସେନେଇ କିଛି ସ୍ପଷ୍ଟ ହୋଇନି।

Advertisment

ପୁଲିସ୍ ଏ ସଂପର୍କରେ ଜାଣିବା ପାଇଁ ଗିରଫ ଓ ଅଟକ ଅଭିଯୁକ୍ତମାନଙ୍କୁ ଜେରା କରୁଥିବା ଜଣାପଡ଼ିଛି। ଏହା ସହିତ ଆହତ ହୋଇ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବିଶାଳ ପାତ୍ରଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି। ସେହିପରି କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ବି ପୁଲିସ୍ ପଚରାଉଚରା କରୁଛି।

ଛୁରାମାଡ଼ରେ ମୃତ୍ୟୁବରଣ କରିଥିବା ନିରଞ୍ଜନ ପରିଡ଼ା ଗାଡ଼କଣା ଅଞ୍ଚଳର ବାସିନ୍ଦା ଥିଲେ। ନିରଞ୍ଜନଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଡ଼କଣା ଅଞ୍ଚଳର ଲୋକେ ରାସ୍ତାରୋକ କରିଥିଲେ ଓ ପୁଲିସ୍ ଉପରେ ଚାପ ପଡ଼ିଥିଲା। ପୁଲିସ୍ ଗତକାଲି ରାତିରେ ହିଁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଧରିବା ଲାଗି ଅଭିଯାନ ଆରମ୍ଭ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe