Advertisment

ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେ, ଟଙ୍କା ବାଣ୍ଟି ଦୁଇ ଅଟକ

ଆଠଗଡ଼(ଓଡ଼ିଶା ରିପୋର୍ଟର):  ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେ। ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ  ରାତି ସାରା ବାନ୍ଧି ରଖିଲେ ଗ୍ରାମବାସୀ। ଆଜି ସକାଳେ  ପୁଲିସ ଗାଁରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ସେମାନଙ୍କୁ ଠାରୁ ୫୦୦ ଟଙ୍କିଆ ଗୋଟିଏ ବଣ୍ଡଲ ଜବତ କରିଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ମାଣିତ୍ରୀ ଗାଁରେ। ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ମାଣିତ୍ରୀ ଗାଁରେ ଭୋଟ ଗ୍ରହଣ କରାଯିବ। ତା’ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେ, ଟଙ୍କା ବାଣ୍ଟି ଦୁଇ ଅଟକ

cuttack

ଆଠଗଡ଼(ଓଡ଼ିଶା ରିପୋର୍ଟର):  ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେ। ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ  ରାତି ସାରା ବାନ୍ଧି ରଖିଲେ ଗ୍ରାମବାସୀ। ଆଜି ସକାଳେ  ପୁଲିସ ଗାଁରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ସେମାନଙ୍କୁ ଠାରୁ ୫୦୦ ଟଙ୍କିଆ ଗୋଟିଏ ବଣ୍ଡଲ ଜବତ କରିଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ମାଣିତ୍ରୀ ଗାଁରେ।

Advertisment

ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ମାଣିତ୍ରୀ ଗାଁରେ ଭୋଟ ଗ୍ରହଣ କରାଯିବ। ତା’ ପୂର୍ବରୁ  ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଦୁଇ ଜଣ ବ୍ୟକ୍ତି ମାଣିତ୍ରୀ ଗାଁକୁ ଯାଇ ଲୋକଙ୍କୁ ଟଙ୍କା ବାଣ୍ଟୁଥିଲେ। ଏହି ନେଇ ଗ୍ରାମବାସୀ ବିରୋଧ କରିଥିଲେ। ଦୁଇ ଜଣଙ୍କୁ ଗ୍ରାମବାସୀ ବାନ୍ଧି ରଖିବା ସହ ସେମାନେ ନେଇ  ଯାଇଥିବା ଦୁଇ ଗାଡ଼ି କାର୍‌ ଓ ବୋଲେରୋକୁ ଭଙ୍ଗାରୁଜା କରିଥିଲେ।

ଆଜି ସକାଳେ ପୁଲିସ ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ଉଭୟଙ୍କୁ ଉଦ୍ଧାର କରିଥିଲା। ଦୁଇ ବ୍ୟକ୍ତି଼ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

Advertisment
Odisha Panchayat Election 2022 Panchayat Election Violence