Advertisment

ରାଜଧାନୀରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଏକ ଘରୋଇ କଲେଜରେ ପଢ଼ୁଥିବା ଜଣେ ଯୁକ୍ତ ଦୁଇ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଛାତ୍ର ଜଣଙ୍କ ହେଲେ ହୃଦେଶ ପଣ୍ଡା। ସେ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ପଢ଼ନ୍ତି। ଗତକାଲି ରାତିରେ କଲେଜର ଚେୟାରମ୍ୟାନ ତାଙ୍କୁ ମାଡ଼ ମାରିଥିବା ସହିତ କଲେଜରେ ରାଗିଂ କରାଯାଇଥିବା ନେଇ ସେ ତାଙ୍କ ବାପାଙ୍କୁ ଫୋନରେ କହିଥିଲେ। ଆଜି ସକାଳୁ ତାଙ୍କର କୌଣସି ଖୋଜଖବର ମିଳୁ ନ ଥିବା ସଂପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ […]

ଅଦ୍ୟତନ ହୋଇଛି
ରାଜଧାନୀରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ

student

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଏକ ଘରୋଇ କଲେଜରେ ପଢ଼ୁଥିବା ଜଣେ ଯୁକ୍ତ ଦୁଇ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଛାତ୍ର ଜଣଙ୍କ ହେଲେ ହୃଦେଶ ପଣ୍ଡା। ସେ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ପଢ଼ନ୍ତି।

Advertisment

ଗତକାଲି ରାତିରେ କଲେଜର ଚେୟାରମ୍ୟାନ ତାଙ୍କୁ ମାଡ଼ ମାରିଥିବା ସହିତ କଲେଜରେ ରାଗିଂ କରାଯାଇଥିବା ନେଇ ସେ ତାଙ୍କ ବାପାଙ୍କୁ ଫୋନରେ କହିଥିଲେ। ଆଜି ସକାଳୁ ତାଙ୍କର କୌଣସି ଖୋଜଖବର ମିଳୁ ନ ଥିବା ସଂପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ବାପା।  କଲେଜ କର୍ତ୍ତୃପକ୍ଷ ଏ ସମ୍ପର୍କରେ କିଛି କହୁ ନ ଥିବାରୁ ନ୍ୟାୟ ପାଇବା ପାଇଁ ହୃଦେଶଙ୍କ ବାପା ରାମକୃଷ୍ଣ ପଣ୍ଡା କଲେଜର ଚେୟାରମ୍ୟାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ରାମକୃଷ୍ଣ ପଣ୍ଡା କହିଛନ୍ତି, ପୁଅ ଗତକାଲି ଅପରାହ୍ନ ୪ଟାରେ ଫୋନ୍ କରିଥିଲା। ଚେୟାରମ୍ୟାନ୍ ତାଙ୍କ ଚାମ୍ବରକୁ ଡାକି ତାଙ୍କୁ ପିଟିଥିବା ସେ କହିଥିଲା। ପୁଣି ସନ୍ଧ୍ୟା ୭ଟାରେ ବାହାରକୁ ଆସି ଫୋନ୍ କରିଥିଲା। କହିଥିଲା, କଲେଜ କର୍ତ୍ତୃପକ୍ଷ ତାକୁ ବେଡିଂପତ୍ର ଧରାଇ ବିଦା କରି ଦେଇଛନ୍ତି। ସେ ରାସ୍ତାରେ ବୁଲୁଛି। ସବୁ ଶୁଣିବା ପରେ ପୁଅକୁ ଧୈର୍ଯ୍ୟ ଧରିବାକୁ କହିଥିଲି ଓ ଶୀଘ୍ର ପହଞ୍ଚୁଛି ବୋଲି ଆଶ୍ୱାସନା ଦେଇଥିଲି। ହେଲେ ଆଜି ସକାଳେ ଆସି ପହଞ୍ଚିବା ବେଳକୁ ପୁଅ ମିଳୁନି। କଲେଜ ଚେୟାରମ୍ୟାନଙ୍କୁ ଫୋନ୍ କଲେ ସେ ଯାଉଛି ଯାଉଛି କହି ଆସିଲେନି। ପୁଅ ମୋର ବହୁତ ଭଲ। ସେ ଦଶମ ବୋର୍ଡ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ରଖିଥିଲା। ମୁଁ ପାରାଦୀପ ପୋର୍ଟରେ କାମ କରେ। ପୁଅ ମିଳୁ ନ ଥିବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe