/odisha-reporter/media/post_attachments/uploads/2020/07/death-4400000000000.jpg)
death
ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ପୁଷ୍ପନଗର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁର ସୁଧାଂଶୁ ପାତ୍ରଙ୍କ ଦୁଇ ଝିଅ ଛାତି ଓ ଗଳାରେ ଯନ୍ତ୍ରଣା ଅନୁଭବ କରିବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସ୍ନେହଲତା ପାତ୍ର (୧୦) ଓ ସୁଜ୍ଞାନୀ ପାତ୍ର (୬) ।
Advertisment
ସୂଚନାଅନୁସାରେ, ଆଜି ସକାଳେ ଦୁଇ ଉଭଣୀ ଛାତି ଓ ଗଳାରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କ ମାଆ ଉଭୟଙ୍କୁ ଘରେ ପ୍ରାଥମିକ ଚିକିତ୍ସା କରିଥିଲେ। କିନ୍ତୁ ସେମାନଙ୍କ ଯନ୍ତ୍ରଣା ନ କମିବାରୁ ଗୁଣିଗାରେଡି ସନ୍ଦେହରେ ଝଡ଼ାଫୁଙ୍କା କରିଥିଲେ। ହେଲେ ସେମାନଙ୍କ ଯନ୍ତ୍ରଣା ନକମିବାରୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଗୋଟିଏ ପରିବାରର ଦୁଇ ଭଉଣୀଙ୍କ ଏଭଳି ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
