Advertisment

ସ୍କୁଲରେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଗଲେ ୨ ଛାତ୍ରଙ୍କ ସମେତ ପ୍ରଧାନଶିକ୍ଷକ

ସୋର(ଓଡ଼ିଶା ରିପୋର୍ଟର ): ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍‌ ଆଘାତରୁ ମୁକୁଳାଇବାକୁ ଯାଇ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି। ଏପରି ଅଘଟଣ ଆଜି ବାଲେଶ୍ୱର ଜିଲ୍ଲା ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଘଟିଛି।  ୩ ଗୁରୁତର ଏବେ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍ୱାଭାବିକ ଭାବେ କ୍ଲାସ ଚାଲୁଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ପରେ […]

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

electricshock

Advertisment

ସୋର(ଓଡ଼ିଶା ରିପୋର୍ଟର ): ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍‌ ଆଘାତରୁ ମୁକୁଳାଇବାକୁ ଯାଇ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି। ଏପରି ଅଘଟଣ ଆଜି ବାଲେଶ୍ୱର ଜିଲ୍ଲା ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଘଟିଛି।  ୩ ଗୁରୁତର ଏବେ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Advertisment

ସୂଚନା ଅନୁଯାୟୀ, ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍ୱାଭାବିକ ଭାବେ କ୍ଲାସ ଚାଲୁଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ପରେ ସପ୍ତମ ଶ୍ରେଣୀର ୨ ଛାତ୍ର  ସ୍କୁଲ ପରିସରରେ ଥିବା ପାଣିମୋଟର ପାଖକୁ ଯାଇଥିଲେ। ଏହି ସମୟରେ ସେଠାରେ ଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ସେମାନେ ଚାଲି ଆସିଥିଲେ। ବିଦ୍ୟୁତ୍‌ ଆଘାତ ପାଇ ୨ ଛାତ୍ର ଚିତ୍କାର କରିବା ସହ ଛଟପଟ ହେଉଥିଲେ।

ସେମାନଙ୍କ ଚିତ୍କାର ଶୁଣି ଅନ୍ୟ ଛାତ୍ର, ଶିକ୍ଷକ ରୁଣ୍ଡ ହୋଇ ଯାଇଥିବା ବେଳେ କେହି ସେମାନଙ୍କୁ ଉଦ୍ଧାର କରିବାକୁ ସାହସ କରୁ ନ ଥିଲେ। ଏହି ସମୟରେ ସ୍କୁଲ ପ୍ରଧାନଶିକ୍ଷକ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଗୁରୁତର ହୋଇଛନ୍ତି।

Advertisment

ଗୁରୁତର ୩ ଜଣଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ପ୍ରଧାନଶିକ୍ଷକଙ୍କ ସମେତ ଜଣେ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।  ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe