Advertisment

Loot: କାରରେ ୨୦ ଲକ୍ଷ ରଖି ଖାଇବାକୁ ଯାଇଥିଲେ, କାଚ ଭାଙ୍ଗି ନେଇଗଲେ ଚୋର

କାରରେ ଡ୍ରାଇଭର ସିଟ୍ ତଳେ ଉଠାଇଥିବା ସମସ୍ତ ୨୦ ଲକ୍ଷ ଟଙ୍କା ରଖି ତିନିହେଁ ହୋଟେଲକୁ ଖାଇବାକୁ ଯାଇଥିଲେ। ଫେରିଲା ବେଳକୁ ଦେଖିଲେ କାରର ଡ୍ରାଇଭର ପାଖ ଡୋର୍‌ର କାଚ ଭଙ୍ଗା ହୋଇଛି ଓ ସିଟ୍‌ ତଳୁ ଟଙ୍କା ଗାଏବ ହୋଇଯାଇଛି।

author-image
Jitendra Garnayak
Car

ଏହି କାରରୁ ହୋଇଛି ଲୁଟ୍‌

କାର କାଚ ଭାଙ୍ଗି ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଆଜି ବରଗଡ଼ ସହରର ଗାନ୍ଧି ଛକରେ ଘଟିଛି ଏହି ଘଟଣା। 

Advertisment

ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ସୁବୋଧଚନ୍ଦ୍ର ଦାସ। ତାଙ୍କ ଘର ବରଗଡ଼ର ତଳିପଡ଼ାରେ।

ସେ, ତାଙ୍କ ବାପା ଓ ପୁଅ ମିଶି ବରଗଡ଼ ଏସ୍‌ବିଆଇକୁ ଯାଇଥିଲେ। ସେଠାରେ ସେମାନେ ୧୫ ଲକ୍ଷ ଟଙ୍କା ଉଠାଇ କାରରେ ବସିଥିଲେ। ବାଟରେ ଏକ ଏଟିଏମ୍‌ରୁ ଆଉ ୫ ଲକ୍ଷ ଟଙ୍କା ଉଠାଇଥିଲେ। ଏହା ପରେ ଏକ ହୋଟେଲ ସମ୍ମୁଖରେ ସେମାନେ ଅଟକି ଥିଲେ।

Advertisment

କାରରେ ଡ୍ରାଇଭର ସିଟ୍ ତଳେ ଉଠାଇଥିବା ସମସ୍ତ ୨୦ ଲକ୍ଷ ଟଙ୍କା ରଖି ତିନିହେଁ ହୋଟେଲକୁ ଖାଇବାକୁ ଯାଇଥିଲେ। ଫେରିଲା ବେଳକୁ ଦେଖିଲେ କାରର ଡ୍ରାଇଭର ପାଖ ଡୋର୍‌ର କାଚ ଭଙ୍ଗା ହୋଇଛି ଓ ସିଟ୍‌ ତଳୁ ଟଙ୍କା ଗାଏବ ହୋଇଯାଇଛି। 

ଏହା ପରେ ସୁବୋଧଙ୍କ ବାପା ଓ ପୁଅ ଯାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା। ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଲୁଟେରାଙ୍କ ସଂପର୍କରେ କିଛି ସୂଚନା ମିଳିପାରିନାହିଁ।

ଏ ପ୍ରକାର ଘଟଣାରେ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଘଟୁଥିଲେ ହେଁ ଲୋକେ ସଚେତନ ହେଉ ନଥିବା ଦେଖିବାକୁ ମିଳୁଛି। କେତେବେଳେ କେହି ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍ ଡିକିରେ ରଖି ଖାଇ ପଳାଉଥିବା ବେଳେ ଆଉ କେହି କାରରେ ରଖି ଅନ୍ୟ କାମରେ ପଳାଉଛନ୍ତି। ଆଉ ଫେରିଲା ବେଳକୁ ଗାଏବ ହେଇ ଯାଉଛି ଟଙ୍କା। ବ୍ୟାଙ୍କରୁ ମୋଟା ଅଙ୍କର ଅର୍ଥ ଉଠାଇବା ପରେ ଅଧିକ ସତର୍କତାର ସହିତ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ନିହାତି ଆବଶ୍ୟକ। କାରଣ କିଏ କଆଉଁଠି ପିଛା କରୁଥିବ, ତାହା କହି ହେବନି।