Advertisment

ମାଆ ଉପରେ ରାଗି ବିଷ ପିଇଦେଲା ପୁଅ

କେନ୍ଦୁଝର (ପ୍ରଣୟ ପାଣି): ମୋବାଇଲ୍ କିଣିବା ପାଇଁ ମାଆ ଟଙ୍କା ନଦେବାରୁ ଚରମ ନିଷ୍ପତ୍ତି ନେଲା ପୁଅ। ମାଆ ଉପରେ ରାଗି ବିଷ ପିଇଦେଲା। ଏ ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବଡ଼ ମହୁଲଡିହା ଗ୍ରାମରେ ଘଟିଛି। ମୃତ ଯୁବକ ହେଲେ ବିଶ୍ଵାମିତ୍ର ନାଏକ। ମୋବାଇଲ କିଣିବାକୁ ମହୁଲଡିହା ଗାଁର ବିଶ୍ଵାମିତ୍ର ନାଏକ(୨୦) ତାଙ୍କ ମାଆଙ୍କୁ ୨୦୦୦ ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନଥିବାରୁ ମନା କରି ଦେଇଥିଲେ ତାଙ୍କ ମାଆ। ଏଥିରେ ଉତ୍‌କ୍ଷିପ୍ତ ହୋଇ […]

ମାଆ ଉପରେ ରାଗି ବିଷ ପିଇଦେଲା ପୁଅ

Girl-Student-Death

Advertisment

କେନ୍ଦୁଝର (ପ୍ରଣୟ ପାଣି): ମୋବାଇଲ୍ କିଣିବା ପାଇଁ ମାଆ ଟଙ୍କା ନଦେବାରୁ ଚରମ ନିଷ୍ପତ୍ତି ନେଲା ପୁଅ। ମାଆ ଉପରେ ରାଗି ବିଷ ପିଇଦେଲା। ଏ ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବଡ଼ ମହୁଲଡିହା ଗ୍ରାମରେ ଘଟିଛି। ମୃତ ଯୁବକ ହେଲେ ବିଶ୍ଵାମିତ୍ର ନାଏକ।

Advertisment

ମୋବାଇଲ କିଣିବାକୁ ମହୁଲଡିହା ଗାଁର ବିଶ୍ଵାମିତ୍ର ନାଏକ(୨୦) ତାଙ୍କ ମାଆଙ୍କୁ ୨୦୦୦ ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନଥିବାରୁ ମନା କରି ଦେଇଥିଲେ ତାଙ୍କ ମାଆ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଶ୍ୱମିତ୍ର ବୁଧବାର ରାତିରେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ଜାଣିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଘଟଗାଁ ପୁଲିସ୍‌ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe