Advertisment

କେରଳରେ ଫସି ରହିଛନ୍ତି ୨୦୦ରୁ ଅଧିକ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବନ୍ୟାର ତାଣ୍ଡବରୁ କେରଳ ଏଯାଏ ତ୍ରାହି ପାଇନି। ବନ୍ୟା ବିଭୀଷିକାରେ ଏଯାବତ୍ କେରଳରେ ୪୦ ଜଣଙ୍କର ପ୍ରାଣହାନି ଘଟିଛି। ଏପରି ବିପର୍ଯ୍ୟୟ ସମୟରେ ଦୁଇ ଶହରୁ ଅଧିକ ଓଡ଼ିଆ ଶ୍ରମିକ କେରଳରେ ଫସିରହିଥିବା ସୂଚନା ମିଳିଛି। ଏହି ଶ୍ରମିକମାନଙ୍କ ଘର ଗଞ୍ଜାମ ସାନଖେମୁଣ୍ଡିର ପାଟପୁର, ରାଧାଦେଇପୁର, ଏସ୍.ଗୋପାଳପୁର ଓ ଖଲିଙ୍ଗି ଆଦି ଅଞ୍ଚଳରେ। ଏହି ଶ୍ରମିକମାନେ କେରଳର ବିଭିନ୍ନ କମ୍ପାନୀରେ କାମ କରୁଥିଲେ।  ସେମାନେ କେରଳର ଏର୍ଣ୍ଣାକୁଲମ, ଆଲୁଆ, ଅଙ୍ଗଗାଲି ଅଞ୍ଚଳରେ ରହୁଥିଲେ। ବନ୍ୟା ଯୋଗୁ […]

author-image
Biswobandita Swain
ଅଦ୍ୟତନ ହୋଇଛି
କେରଳରେ ଫସି ରହିଛନ୍ତି ୨୦୦ରୁ ଅଧିକ ଓଡ଼ିଆ

122112

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବନ୍ୟାର ତାଣ୍ଡବରୁ କେରଳ ଏଯାଏ ତ୍ରାହି ପାଇନି। ବନ୍ୟା ବିଭୀଷିକାରେ ଏଯାବତ୍ କେରଳରେ ୪୦ ଜଣଙ୍କର ପ୍ରାଣହାନି ଘଟିଛି। ଏପରି ବିପର୍ଯ୍ୟୟ ସମୟରେ ଦୁଇ ଶହରୁ ଅଧିକ ଓଡ଼ିଆ ଶ୍ରମିକ କେରଳରେ ଫସିରହିଥିବା ସୂଚନା ମିଳିଛି।

Advertisment

ଏହି ଶ୍ରମିକମାନଙ୍କ ଘର ଗଞ୍ଜାମ ସାନଖେମୁଣ୍ଡିର ପାଟପୁର, ରାଧାଦେଇପୁର, ଏସ୍.ଗୋପାଳପୁର ଓ ଖଲିଙ୍ଗି ଆଦି ଅଞ୍ଚଳରେ। ଏହି ଶ୍ରମିକମାନେ କେରଳର ବିଭିନ୍ନ କମ୍ପାନୀରେ କାମ କରୁଥିଲେ।  ସେମାନେ କେରଳର ଏର୍ଣ୍ଣାକୁଲମ, ଆଲୁଆ, ଅଙ୍ଗଗାଲି ଅଞ୍ଚଳରେ ରହୁଥିଲେ।

publive-imageବନ୍ୟା ଯୋଗୁ ଏବେ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ କରୁଛନ୍ତି। କାମ ତ ମିଳୁନି, ତା' ସହ ଯାହା କିଛି ସଞ୍ଚୟ କରିଥିଲେ, ତାହା ବି ସରିଗଲାଣି। ତା' ଛଡ଼ା ଚଢ଼ା ଦର ସହ ରାସନ ସାମଗ୍ରୀ ମିଳୁନଥିବାରୁ ଭୋକ ଓପାସରେ ରହୁଥିବାର ସୂଚନା ମିଳିଛି।

Advertisment

କେରଳ ସହିତ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକାରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ରହିଛି।