ଚାଷ ଜମିକୁ ‘ଜଳସେଚନ’ର ଜଟିଳ ଅଙ୍କ : ୧୦ ଲକ୍ଷ ହେକ୍ଟର ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ବି ପୂରଣ ହେଲାନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରେ ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା। ୨୦୧୫ ଜାନୁୟାରୀ ମାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୫ ବର୍ଷ ମଧ୍ୟରେ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ହେବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏହି ଘୋଷଣା ଏବେବି ଜଳସେଚନର ଜଟିଳ ଅଙ୍କ ମଧ୍ୟରେ ସୀମିତ […]

bjp

bjp

Ordigital Desk
  • Published: Thursday, 25 March 2021
  • Updated: 26 March 2021, 05:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରେ ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା। ୨୦୧୫ ଜାନୁୟାରୀ ମାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୫ ବର୍ଷ ମଧ୍ୟରେ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ହେବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏହି ଘୋଷଣା ଏବେବି ଜଳସେଚନର ଜଟିଳ ଅଙ୍କ ମଧ୍ୟରେ ସୀମିତ ରହିଯାଇଛି। ୨୦୧୫-୧୬ରୁ ୨୦୧୯-୨୦ ଆର୍ଥିକ ବର୍ଷ ଅର୍ଥାତ୍ ବିଗତ ୫ବର୍ଷ ମଧ୍ୟରେ ମାତ୍ର ୭.୪୩ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି ବୋଲି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ଏହାସହିତ ୨୦୧୮ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧାଠାରେ ଏକ ସାଧାରଣ ସଭାରେ ନବୀନ ସରକାରକୁ ସମାଲୋଚନା କରି ରାଜ୍ୟରେ ଜଳସେଚନ ପାଇଁ ବିଜେଡି ୨୦୧୪ରେ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିନି ବୋଲି କହିଥିବା କଥା ଏବେ ସତରେ ପରିଣତ ହୋଇଛି।

ଆଜି ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ୨୦୨୦ ମସିହା ଡିସେମ୍ବର ମାସ ଶେଷସୁଦ୍ଧା ରାଜ୍ୟରେ ମୋଟ ୧୪.୮୪ଲକ୍ଷ ହେକ୍ଟର ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ସମେତ ମୋଟ ୩୫.୯୯ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ତେବେ ବିଗତ ୫ବର୍ଷ ମଧ୍ୟରେ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ମୋଟ ୭.୪୩ଲକ୍ଷ ହେକ୍ଟର ଚାଷଜମି ପାଇଁ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରାଯାଇଛି। ରାଜ୍ୟର ମୋଟ ୩୧୪ଟି ବ୍ଲକ୍ ମଧ୍ୟରୁ ୨୫୧ଟି ବ୍ଲକରେ ସର୍ବନିମ୍ନ ୩୫ପ୍ରତିଶତ ଜଳସେଚନ ସୁବିଧା ହୋଇଥିବାବେଳେ ବାକି ୬୩ଟି ବ୍ଲକରେ ଖୁବଶୀଘ୍ର ୩୫ପ୍ରତିଶତ ଜଳସେଚନ ସୁବିଧା ଉପଲବ୍ଧ କରାଇବାକୁ ପଦକ୍ଷେପ ନିଆଯାଉଛି। ରାଜ୍ୟର ଯେଉଁ ୬୫ଟି ବ୍ଲକରେ ସର୍ବନିମ୍ନ ୩୫ ପ୍ରତିଶତ ଜଳସେଚନ ସୁବିଧା ହୋଇପାରିନି, ସେଥିରେ ବିଭାଗୀୟ ମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲାରର ୨ଟି ବ୍ଲକ ସାମିଲ ଅଛି। ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାର ୯ଟି ଲେଖାଏଁ ବ୍ଲକ, କେନ୍ଦୁଝର,ବଲାଙ୍ଗିର ଓ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଲେଖାଏଁ ବ୍ଲକ, କୋରାପୁଟର ୫ଟି ବ୍ଲକ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ୨ଟି ଲେଖାଏଁ ବ୍ଲକକୁ ଏପର୍ଯ୍ୟନ୍ତ ୩୫ପ୍ରତିଶତ ଜଳସେଚନ ସୁବିଧା ଯୋଗାଇବା ସରକାରଙ୍କ ପକ୍ଷେ ସମ୍ଭବପର ହୋଇପାରିନି।

ଉଲ୍ଲେଖଯୋଗ୍ୟ, ବିଜେଡି ୨୦୧୪ ନିର୍ବାଚନରେ ରାଜ୍ୟରେ ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଆଗାମୀ ୫ବର୍ଷ ମଧ୍ୟରେ ସୃଷ୍ଟି କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ୨୦୧୯ ମାର୍ଚ୍ଚ ମାସ ଶେଷସୁଦ୍ଧା ଏହି ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ହାସଲ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲା। ଇତିମଧ୍ୟରେ ୨୦୨୧ ମାର୍ଚ୍ଚ ସରିବାକୁ ବସିଲାଣି। ତଥାପି ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିନି । ଓଲଟା ୨୦୧୯ ଜାନୁୟାରୀ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଗତ ୫ବର୍ଷ ମଧ୍ୟରେ ଅତିରିକ୍ତ ୭.୮୦ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି ବୋଲି କହିଥିଲେ। ତେଣୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାସ ଆଜି ବିଧାନସଭାରେ ଦେଇଥିବା ଉତ୍ତର ଅନୁସାରେ ରାଜ୍ୟରେ ୨୦୧୫-୧୬ରୁ ୫ବର୍ଷ ମଧ୍ୟରେ ୭.୪୩ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ସୃଷ୍ଟି ହୋଇଛି । ତେଣୁ ୨୦୧୯ ଜାନୁୟାରୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଇଥିବା ଉତ୍ତର(ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦୧୮ ଡିସେମ୍ବର ୨୪ର ଭାଷଣକୁ କାଉଣ୍ଟର ପାଇଁ) ସତ ନା ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାସ ଆଜି ଯାହା ବିଧାନସଭାରେ କହିଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି। ଜଳସେଚନର ଏହି ଜଟିଳ ଅଙ୍କ ମଧ୍ୟରେ ରାଜ୍ୟର ଚାଷୀ ହିଁ ବାସ୍ତବ ଭାବେ ଜାଣିଛି କେତେ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହେଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story