Advertisment

୨୦୧୮-୧୯ ଆର୍ଥିକବର୍ଷ ସୁଦ୍ଧା ସବୁ ଘରକୁ ହେବ ବିଦ୍ୟୁତ ସଂଯୋଗ: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକବର୍ଷ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଦ୍ୟୁତ ସଂଯୋଗ ଦିଆଯିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଗତ ୨ ବର୍ଷ ଭିତରେ ପ୍ରାୟ ୧୨ ଲକ୍ଷ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ବିଦ୍ୟୁତ ସଂଯୋଗ ଲାଗି ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶକ୍ତି, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର  ସମୀକ୍ଷା କରିବା ପରେ ବିଭାଗୀୟ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହା […]

୨୦୧୮-୧୯ ଆର୍ଥିକବର୍ଷ ସୁଦ୍ଧା ସବୁ ଘରକୁ ହେବ ବିଦ୍ୟୁତ ସଂଯୋଗ: ଶକ୍ତିମନ୍ତ୍ରୀ

Pranab-Prakash-Das

Advertisment

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକବର୍ଷ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଦ୍ୟୁତ ସଂଯୋଗ ଦିଆଯିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଗତ ୨ ବର୍ଷ ଭିତରେ ପ୍ରାୟ ୧୨ ଲକ୍ଷ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ବିଦ୍ୟୁତ ସଂଯୋଗ ଲାଗି ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶକ୍ତି, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର  ସମୀକ୍ଷା କରିବା ପରେ ବିଭାଗୀୟ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହା କହିଛନ୍ତି। ଏହାସହ ଚଳିତମାସରୁ ନୂଆ ଟେଲିକମ୍‌ ନୀତି ପ୍ରଚଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଶିଳ୍ପ ବିଭାଗର ମଧ୍ୟ ତଦନ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ପରେ ବିଭାଗୀୟ ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି, “ଆସନ୍ତା ୨ ମାସରେ ଷ୍ଟ୍ରାଟ୍‌ଅପ୍ ପଲିସି ଆସିବ। ଭିଜନ-୨୦୨୫ରେ ୨କୋଟି ୫୦ଲକ୍ଷ ଟଙ୍କା ପୁଞ୍ଜି ବିନିଯୋଗ ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe