Advertisment

ମ୍ୟାଟ୍ରିକ୍ ଟପ୍ପରଙ୍କୁ ୧ ଲକ୍ଷ ଟଙ୍କାର ବୃତ୍ତି ଦେଲେ ଏନଆରଆଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସାରା ରାଜ୍ୟରେ ଟପ୍ପର ହୋଇଥିବା ଛାତ୍ର ଜିତେନ ମହାଲିକଙ୍କୁ ସମ୍ମାନିତ କରାଯାଇଛି। ତାଙ୍କୁ ଉତ୍କଳମଣି ଗୋପବନ୍ଧୁ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି ଦ୍ୱାରା ସମ୍ମାନିତ କରାଯିବା ସହ ୧ ଲକ୍ଷ ଟଙ୍କା ମଧ୍ୟ ସମ୍ମାନ ସ୍ୱରୁପ ପ୍ରଦାନ କରାଯାଇଛି। ଓଡ଼ିଆ ଏନଆରଆଇ ସତ୍ୟ ସୁତାରଙ୍କ ତାଙ୍କୁ ସମ୍ମାନିତ କରିଛନ୍ତି। ଓଡ଼ିଆ ଜାତି ଓ ମାଟି ପାଇଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଅବଦାନ ଅତୁଳନୀୟ | ସର୍ବଦା ସ୍ୱାଭିମାନୀ […]

ମ୍ୟାଟ୍ରିକ୍ ଟପ୍ପରଙ୍କୁ ୧ ଲକ୍ଷ ଟଙ୍କାର ବୃତ୍ତି ଦେଲେ ଏନଆରଆଇ

nri

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସାରା ରାଜ୍ୟରେ ଟପ୍ପର ହୋଇଥିବା ଛାତ୍ର ଜିତେନ ମହାଲିକଙ୍କୁ ସମ୍ମାନିତ କରାଯାଇଛି। ତାଙ୍କୁ ଉତ୍କଳମଣି ଗୋପବନ୍ଧୁ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି ଦ୍ୱାରା ସମ୍ମାନିତ କରାଯିବା ସହ ୧ ଲକ୍ଷ ଟଙ୍କା ମଧ୍ୟ ସମ୍ମାନ ସ୍ୱରୁପ ପ୍ରଦାନ କରାଯାଇଛି। ଓଡ଼ିଆ ଏନଆରଆଇ ସତ୍ୟ ସୁତାରଙ୍କ ତାଙ୍କୁ ସମ୍ମାନିତ କରିଛନ୍ତି।

Advertisment

ଓଡ଼ିଆ ଜାତି ଓ ମାଟି ପାଇଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଅବଦାନ ଅତୁଳନୀୟ | ସର୍ବଦା ସ୍ୱାଭିମାନୀ ହୋଇ ଶିକ୍ଷା ଓ ତ୍ୟାଗକୁ ପ୍ରାଧାନ୍ୟ ଦେଇ ଆସିଥିବା ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁଦୁର ସିଙ୍ଗାପୁର ବାସିନ୍ଦା ଓଡ଼ିଆ ଏନଆରଆଇ ସତ୍ୟ ସୁତାର କୃତୀ ଛାତ୍ରଙ୍କୁ ସମ୍ମାନିତ କରିଛନ୍ତି | ସ୍ଥାନୀୟ ରସୁଲଗଡ଼ସ୍ଥିତ ଆଇଏମବି ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଅବସରରେ ଜିତେନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ, ଓଲିଉଡର ବର୍ଷିୟାନ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ପୂର୍ବତଟ ରେଳବାଇର ପୂର୍ବତନ ପ୍ରିନ୍ସିପାଲ ଚିଫ୍ ସେଫ୍ଟି ଅଫିସର ସୁଧାଂଶୁ ଶେଖର ମିଶ୍ର ଉପସ୍ଥିତ ରହି ଓଡ଼ିଶାର ଗର୍ବ ଜିତେନ ମହାଲିକଙ୍କୁ ସମ୍ମାନିତ କରିବା ସହ ଏହି ବୃତ୍ତି ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ରେ ଯୁବ ଚଳଚ୍ଚିତ୍ର ନିର୍ମାତା ସାନ୍ତନୁ କୁମାର ସିଅ ଏହି ବୃତ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ପ୍ରଦାନ କରିବା ସହ ଏହି ବୃତ୍ତି ଉଦ୍ଦେଶ୍ୟରେ ଏକ କ୍ଷୁଦ୍ର ଚଳଚିତ୍ର 'ଦି ଟପ୍ପର' ନିର୍ମିତ ହୋଇଥିବା ନେଇ ସୂଚନା ଦେଇଥିଲେ।

Advertisment

ସୂଚନାଯୋଗ୍ୟ, କେନ୍ଦୁଝରର ସତ୍ଯ ସୁତାର ସିଙ୍ଗାପୁରରେ ଫୁଡ୍ ଏମ୍ପାୟର୍ ନାମକ ଏକ କମ୍ପାନୀରେ ସାଧାରଣ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଓଡ଼ିଶା ପାଣିପବନ ସହ ତାଙ୍କର ନିବିଡ଼ ସମ୍ପର୍କ ଥିବାରୁ ଓଡ଼ିଆଙ୍କ ପାଇଁ କିଛି କରିବା ଲାଗି ସେ ଦୃଢ଼ମନା। ନିଜର ଅବସମ୍ଭାବ୍ୟ ସମୟ ଓ ଆର୍ଥିକ ସମ୍ଭଳରୁ ପ୍ରତିବର୍ଷ ସେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ କରିବାକୁ ସମ୍ମାନିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯଦ୍ଦ୍ୱାରା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରିକ୍ଷାରେ ଟପ୍ପର ହେଉଥିବା ଛାତ୍ର ବା ଛାତ୍ରୀ ନିଜ ସ୍ୱପ୍ନ ପଥରେ ଆଗେଇବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ଓ ତତ୍ପର ହୋଇପାରିବେ ବୋଲି ସତ୍ୟ ଆଶା ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe