Advertisment

କଟକରୁ ୨୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ

କଟକ: ଆଜି କଟକରୁ ୨୦୬ ପଜିଟିଭ ଚିହ୍ନଟ ହୋଇଛନ୍ତି।  ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୨୨, ସରକାରୀ କ୍ୱାରେଣ୍ଟିନ୍‌ରୁ ୪୩ ଓ ହୋମ୍‌ କ୍ୱାରେଣ୍ଟିନ୍‌ରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ (CMC) ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ:- ଏହି ସୂଚନା ଅନୁଯାୟୀ ଚାଉଳିଆଗଞ୍ଜ ନୂଆ ନିମ୍ବସାହି କଣ୍ଟେନମେଣ୍ଟ ଜୋନରୁ ୨୨ ଚିହ୍ନଟ ହୋଇଛନ୍ତି। ସେହିଭଳି SCB ଆଇସୋଲେସନ ୱାର୍ଡରୁ ୯ ଜଣ […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ଦିନକରେ ଦେଶରେ ୮୩,୮୩୩ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୭ ହଜାର ଟପିଲା

corona-22

କଟକ: ଆଜି କଟକରୁ ୨୦୬ ପଜିଟିଭ ଚିହ୍ନଟ ହୋଇଛନ୍ତି।  ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୨୨, ସରକାରୀ କ୍ୱାରେଣ୍ଟିନ୍‌ରୁ ୪୩ ଓ ହୋମ୍‌ କ୍ୱାରେଣ୍ଟିନ୍‌ରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ (CMC) ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

Advertisment

ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ:-

ଏହି ସୂଚନା ଅନୁଯାୟୀ ଚାଉଳିଆଗଞ୍ଜ ନୂଆ ନିମ୍ବସାହି କଣ୍ଟେନମେଣ୍ଟ ଜୋନରୁ ୨୨ ଚିହ୍ନଟ ହୋଇଛନ୍ତି। ସେହିଭଳି SCB ଆଇସୋଲେସନ ୱାର୍ଡରୁ ୯ ଜଣ , କଲେଜ ସ୍କୋୟାରରୁ ୬ ଜଣ ଓ ଜୋବ୍ରାରୁ ୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ସିଡିଏ ସେକ୍ଟର-୧୧, ମାଝୀସାହି, ମହାନଦୀ ବିହାର, ନୂଆବଜାରରୁ ୪ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ କଟକ ସହରରେ ସଂକ୍ରମିତଙ୍କ ସଂଖ୍ୟା ୪୭୭୭ରେ ପହଞ୍ଚିଛି। ୨୮୧୩ ସୁସ୍ଥ ହୋଇଥିବା ବେଳେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୯୩୮ ଏବେବି ଚିକିତ୍ସାଧୀନ ଅଛନ୍ତି।

Advertisment

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି। ଗତ ୨୪ ଘଣ୍ଟାରେ ୩,୦୧୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୦୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୬୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୪୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।