କଳାହାଣ୍ଡିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପୂର୍ବରୁ ଯାଇଥିଲେ ବାହରିନ୍
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ସେ ପୂର୍ବରୁ ବାହରିନ୍ ଯାଇଥିଲେ। One asymptomatic 29 years Male of Kalahandi district is tested positive for COVID-19 today. He has travel history to Bahrain. — H & FW […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ସେ ପୂର୍ବରୁ ବାହରିନ୍ ଯାଇଥିଲେ।
https://twitter.com/HFWOdisha/status/1246480313217212417?s=20
ଏହି ଆକ୍ରାନ୍ତଙ୍କ ବୟସ ୨୯ ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଙ୍କଠାରେ ପୂର୍ବରୁ କିଛି ଲକ୍ଷଣ ଦେଖାଯାଇନଥିଲା।
https://twitter.com/HFWOdisha/status/1246479641147084805?s=20
ଆଜି ମୋଟ ୩୦୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଏଥିରୁ ଗୋଟିଏ ପଜିଟିଭ୍ ଆସିଛି ଯାହାକି କଳାହାଣ୍ଡିର। ଏମ୍ସ, ଆରଏମ୍ଆରସି ଏବଂ ଏସ୍ସିବିରେ ଯଥାକ୍ରମେ ୩୮,୨୨୩ ଏବଂ ୪୩ ନୁମନା ପରୀକ୍ଷା କରାଯାଇଥିଲା। ଏଯାଏ ମୋଟ ୧୬୯୯ ନମୁନା ପରୀକ୍ଷା ସରିଲାଣି।