Advertisment

କମ୍ବିଂ ଅପରେସନ୍ ବେଳେ ୨୧ କିଲୋ ଜିଲୋଟିନ ଜବତ

ମାଲକାନଗିରି(ଓଡ଼ିଶା ରିପୋର୍ଟର):: ମାଲକାନଗିରି BSF ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲରୁ ୨୧ କିଲୋ ଜିଲୋଟିନ ଜବତ କରିଛନ୍ତି ଯବାନ। ଗତକାଲି ୭୬ BSF ବାଟାଲିୟନର ଯବାନ କମ୍ବିଂ ଅପରେସନ୍‌ କରୁଥିବା ବେଳେ ଜଙ୍ଗଲରେ ଜିଲୋଟିନ ରଖାଯାଇଥିବା ନେଇ ଖବର ପାଇଥିଲେ। ଏହାପରେ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ବସ୍ତାରେ ଭର୍ତ୍ତି ହୋଇ ପାହାଡ଼ ନିକଟରେ ଲୁଚାଯାଇଥିବା ଜିଲୋଟିନ ଜବତ କରିଥିଲେ ଯବାନ।’ ନକ୍ସଲମାନେ ଏହାକୁ ଲ୍ୟାଣ୍ଡ୍‌ମାଇନରେ ବ୍ୟବହାର […]

author-image
Tapaswini Nayak
ଅଦ୍ୟତନ ହୋଇଛି
କମ୍ବିଂ ଅପରେସନ୍ ବେଳେ ୨୧ କିଲୋ ଜିଲୋଟିନ ଜବତ

mal

ମାଲକାନଗିରି(ଓଡ଼ିଶା ରିପୋର୍ଟର):: ମାଲକାନଗିରି BSF ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲରୁ ୨୧ କିଲୋ ଜିଲୋଟିନ ଜବତ କରିଛନ୍ତି ଯବାନ।

Advertisment

ଗତକାଲି ୭୬ BSF ବାଟାଲିୟନର ଯବାନ କମ୍ବିଂ ଅପରେସନ୍‌ କରୁଥିବା ବେଳେ ଜଙ୍ଗଲରେ ଜିଲୋଟିନ ରଖାଯାଇଥିବା ନେଇ ଖବର ପାଇଥିଲେ। ଏହାପରେ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ବସ୍ତାରେ ଭର୍ତ୍ତି ହୋଇ ପାହାଡ଼ ନିକଟରେ ଲୁଚାଯାଇଥିବା ଜିଲୋଟିନ ଜବତ କରିଥିଲେ ଯବାନ।'

ନକ୍ସଲମାନେ ଏହାକୁ ଲ୍ୟାଣ୍ଡ୍‌ମାଇନରେ ବ୍ୟବହାର କରି ପୁଲିସକୁ ଟାର୍ଗେଟ୍ କରି ଅଘଟଣ ଘଟାଇବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି।

Advertisment
Naxal