Advertisment

Single Window Clearance ୪୧୦୦କୋଟି ଟଙ୍କାର ୨୩ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ, ୧୦ହଜାର ନିଯୁକ୍ତି ସୁଯୋଗ

୧୪୪ତମ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ୨୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ସମସ୍ତ ପ୍ରକଳ୍ପ ୧୧ଟି ଜିଲ୍ଲାରେ ସ୍ଥାପନ ହେବ ।

author-image
Prakaash Sethi
Single-window

ରାଜ୍ୟରେ ୪୧୧୧.୮୦କୋଟି ଟଙ୍କାର ୨୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅନୁମୋଦନ ମିଳିଛି । ଏଥିଯୋଗୁ ରାଜ୍ୟରେ ଆଉ ୯୯୨୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ସମ୍ଭାବନା ରହିଛି । ଏହି ପଦକ୍ଷେପ ଓଡ଼ିଶାର ଶିଳ୍ପ ବାତାବରଣକୁ ସୁଦୃଢ଼ କିରବା ସହ ନିଯୁକ୍ତିଭିତ୍ତିକ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

Advertisment

୧୧ଟି ଜିଲ୍ଲାରେ ହେବ ଶିଳ୍ପ ପ୍ରତିଷ୍ଠା

ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ୧୪୪ତମ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ୨୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ସମସ୍ତ ପ୍ରକଳ୍ପ ୧୧ଟି ଜିଲ୍ଲାରେ ସ୍ଥାପନ ହେବ । ବାଲେଶ୍ୱର, ଭଦ୍ରକ, କଟକ,ଦେବଗଡ଼,ଗଞ୍ଜାମ,ଯାଜପୁର,ଖୋର୍ଦ୍ଧା,କୋରାପୁଟ,ପୁରୀ,ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି କାରଖାନାଗୁଡ଼ିକ ସ୍ଥାପନ ହେବ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବସ୍ତ୍ରଶିଳ୍ପ, ପ୍ରତିରକ୍ଷା ଉପକରଣ ନିର୍ମାଣ, ଜାହାଜ ମରାମତି, ଔଷଧ, ରସାୟନ, ଆଲୁମିନିୟମ, ପ୍ଲାଷ୍ଟିକ, ପର୍ଯ୍ୟଟନ ଏବଂ ଭିତ୍ତିଭୂମି ବିକାଶ ଭଳି ବିଭିନ୍ନ ପ୍ରକଳ୍ପ ସାମିଲ ଅଛି।

ପ୍ରତିରକ୍ଷା ଓ ବସ୍ତ୍ରଶିଳ୍ପ ଉପରେ ଗୁରୁତ୍ୱ


ପ୍ରତିରକ୍ଷା କ୍ଷେତ୍ରରେ ଗଞ୍ଜାମଠାରେ ‘ଇନଭେଣ୍ଟଗ୍ରିଡ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌' ୩୦୦ କୋଟି ଟଙ୍କା ବ୍ୟୟରେ ଏକ ଡ୍ରୋନ୍ ନିର୍ମାଣ କେନ୍ଦ୍ର ସ୍ଥାପନ କରିବ, ଯାହା ହଜାରେ ଲୋକଙ୍କୁ ନିଯୁକ୍ତି ଦେବ । ଗତ ସପ୍ତାହରେ ରାଜ୍ୟ ସରକାର ଏଥିପାଇଁ ହାଇଦ୍ରାବାଦଠାରେ ଏମଓୟୁ ସ୍ୱାକ୍ଷର କରିଥିଲେ । ସେହିପରି ବସ୍ତ୍ରଶିଳ୍ପ କ୍ଷେତ୍ରରେ ଖୋର୍ଦ୍ଧଠାରେ ‘ଜେ.ଜି. ହୋସିୟରି ପ୍ରାଇଭେଟ୍ ଲିମିଟେଡ୍‌' ୧୦୦ କୋଟି ଟଙ୍କା ନିବେଶ କରି ୨୩୫୦ ଜଣଙ୍କୁ ନିଯୁକ୍ତି ଦେବ। ଖୋର୍ଦ୍ଧା ଜିଲ୍ଲାରେ ରେଳ ଉପକରଣ ନିର୍ମାଣ ପାଇଁ ‘ନିଫା ଲିମିଟେଡ୍‌' ୩୮୪ କୋଟି ଟଙ୍କା ନିବେଶ କରିବ ।

Advertisment

କଟକରେ ‘ପଞ୍ଜାବ ଲଜିଷ୍ଟିକ୍ସ ଟ୍ରାନ୍ସପୋର୍ଟ' ପକ୍ଷରୁ ୫୨ କୋଟି ଟଙ୍କା ନିବେଶରେ ଏକ ୱେୟାରହାଉସିଂ ଓ ଲଜିଷ୍ଟିକ୍ ପାର୍କ ନିର୍ମାଣ ହେବ, ଯାହା ପରିବହନ ବ୍ୟବସ୍ଥାକୁ ସହଜ କରିବ । ଭଦ୍ରକ ଜିଲ୍ଲାରେ ନର୍ଦ୍ଦଣ୍ଡ ଏକ୍ସପ୍ରେସ ଇନଫ୍ରା ଡେଭଲର୍ପସ' ପକ୍ଷରୁ ଜାହାଜ ନିର୍ମାଣ ଓ ମରାମତି ପାଇଁ ଶିଳ୍ପ ୟୁନିଟ୍ ସ୍ଥାପନ ହେବ,  ଯାହା ଓଡ଼ିଶାକୁ ଏକ ସାମୁଦ୍ରିକ ଶିଳ୍ପ କେନ୍ଦ୍ର ଭାବରେ ଗଢ଼ି ତୋଳିବ। ସୁନ୍ଦରଗଡ଼ ଜିଲ୍ଲାରେ ୬୦୦ କୋଟି ଟଙ୍କା ବ୍ୟୟରେ ‘କଳିଙ୍ଗ ମେଟାଲିକ୍ସ ଲିମିଟେଡ୍‌'ର ଏକ ବଡ଼ ପ୍ଲାଣ୍ଟ ସହ ଏକାଧିକ ଲୁହାପଥର ସମ୍ବନ୍ଧୀୟ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।


୪ଟି ପ୍ରିମିୟମ ହୋଟେଲ ପ୍ରକଳ୍ପକୁ ଅନୁମୋଦନ

ଓଡ଼ିଶାରେ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ୪ଟି ପ୍ରିମିୟମ ହୋଟେଲ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଖୋର୍ଦ୍ଧାଠାରେ ‘ଏମ.କେ. ଆସେଟ୍ସ ପ୍ରାଇଭେଟ୍ ଲିମିଟେଡ୍‌' ୨୧୦ କୋଟି ଟଙ୍କା ବିନିମୟରେ ପଂଚତାରକା ହୋଟେଲ ପ୍ରତିଷ୍ଠା କରାଯିବ, ଯାହା ୨୪୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସେହିପରି ପୁରୀଠାରେ ‘ମଞ୍ଜେରା ହୋଟେଲ୍ସ ଆଣ୍ଡ ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌' ୨୦୦ କୋଟି ଟଙ୍କା ନିବେଶରେ ପଂଚତାରକା ବିଳାସପୂର୍ଣ୍ଣ ହୋଟେଲ ନିର୍ମାଣ କରିବ ଯେଉଁଠି ୪୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ସେହିପରି ପୁରୀରେ ‘ପଣ୍ଡା ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌' ୭୦ କୋଟି ଟଙ୍କା ବ୍ୟୟରେ ଏକ ୪-ଷ୍ଟାର ହୋଟେଲ ନିର୍ମାଣ କରିବ ଓ ୨୪୦ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ସମ୍ବଲପୁରଠାରେ ‘ଶଙ୍କରୀ ଦେବୀ ଏଂଟରପ୍ରାଇଜ୍ ୬୪.୧୦ କୋଟି ଟଙ୍କା ନିବେଶରେ  ୪-ଷ୍ଟାର ହୋଟେଲ ନିର୍ମାଣ କରି ୧୬୫ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ ବୋଲି ଜଣାପଡ଼ିଛି ।