Advertisment

୨୪ରେ ଏକାଠି ସମ୍ମାନିତ ହେବେ ୨୪ 'ଶ୍ରେଷ୍ଠ ବିଧାୟକ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୪ ତାରିଖରେ ରାଜ୍ୟର ମୋଟ୨୪ ଜଣ ବିଧାୟକଙ୍କୁ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ କରାଯିବ। ବିଧାନସଭା ପକ୍ଷରୁ ୮ ବର୍ଷର ଶ୍ରେଷ୍ଠ ବିଧାୟକ ସମ୍ମାନ ଏକକାଳୀନ ପ୍ରଦାନ କରାଯିବ। ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ଓ ବର୍ତ୍ତମାନର ବିଧାୟକମାନଙ୍କୁ ସେମାନଙ୍କ ଉଲ୍ଳେଖନୀୟ କାର୍ଯ୍ୟ ଓ ଯୋଗଦାନ ପାଇଁ ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ, ୮ ବର୍ଷର ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ […]

ଅଦ୍ୟତନ ହୋଇଛି
୨୪ରେ ଏକାଠି ସମ୍ମାନିତ ହେବେ ୨୪ 'ଶ୍ରେଷ୍ଠ ବିଧାୟକ'

Odisha-assembly

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୪ ତାରିଖରେ ରାଜ୍ୟର ମୋଟ୨୪ ଜଣ ବିଧାୟକଙ୍କୁ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ କରାଯିବ। ବିଧାନସଭା ପକ୍ଷରୁ ୮ ବର୍ଷର ଶ୍ରେଷ୍ଠ ବିଧାୟକ ସମ୍ମାନ ଏକକାଳୀନ ପ୍ରଦାନ କରାଯିବ।

Advertisment

ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ଓ ବର୍ତ୍ତମାନର ବିଧାୟକମାନଙ୍କୁ ସେମାନଙ୍କ ଉଲ୍ଳେଖନୀୟ କାର୍ଯ୍ୟ ଓ ଯୋଗଦାନ ପାଇଁ ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ, ୮ ବର୍ଷର ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନରେ ସମ୍ମାନିତ କରାଯିବ।

୨୪ ତାରିଖ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Advertisment

ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ବିଷ୍ଣୁ ଚରଣ ଦାସ (୨୦୦୯), ଅରୁଣ କୁମାର ସାହୁ (୨୦୧୦), ପ୍ରଭାତ କୁମାର ବିଶ୍ୱାଳ (୨୦୧୧), ପ୍ରଫୁଲ୍ଲ ମାଝୀ (୨୦୧୨), ଅମର ପ୍ରସାଦ ଶତପଥୀ (୨୦୧୩), ପ୍ରମିଳା ମଲ୍ଲିକ (୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ (୨୦୧୫) ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ (୨୦୧୬) ସମ୍ମାନିତ ହେବେ।

ସେହିପରି ତ୍କଳଗୌରବ ମଧୁସୂଦନ ଦାସ ସମ୍ମାନରେ ସୁରେନ୍ଦ୍ର ନାଥ ନାୟକ (୨୦୦୯), ବିମ୍ବାଧର କୁଅଁର (୨୦୧୦), ନିତ୍ୟାନନ୍ଦ ପ୍ରଧାନ (୨୦୧୧), ଉମେଶ ଚନ୍ଦ୍ର ସ୍ୱାଇଁ (୨୦୧୨), ବିକ୍ରମ କେଶରୀ ବର୍ମା (୨୦୧୩), ରାଜେନ୍ଦ୍ର ଢୋଲକିଆ (୨୦୧୪), ସୁରେନ୍ଦ୍ରନାଥ ପରମାଣିକ (୨୦୧୫) ଓ ଚକ୍ରଧର ପାଇକ (୨୦୧୬) ସମ୍ମାନିତ ହେବେ।

ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନରେ ସଞ୍ଜୟ ଦାସବର୍ମା (୨୦୦୯), ପ୍ରୀତିରଞ୍ଜନ ଘଡ଼େଇ (୨୦୧୦), ସମୀର ରଞ୍ଜନ ଦାଶ (୨୦୧୧), ପ୍ରଶାନ୍ତ କୁମାର ମୁଦୁଲି (୨୦୧୨), ବିଜୟ କୁମାର ମହାନ୍ତି (୨୦୧୩), ରାସେଶ୍ୱରୀ ପାଣିଗ୍ରାହୀ (୨୦୧୪), ଦିବ୍ୟଶଙ୍କର ମିଶ୍ର (୨୦୧୫) ଓ ପ୍ରଦୀପ ପୁରୋହିତ (୨୦୧୬) ସମ୍ମାନିତ ହେବେ।

ସୂଚନାଯୋଗ୍ୟ ଗତ ୯ବର୍ଷ ହେଲା ଏହି ପୁରସ୍କାର ବିଧାନସଭା ପକ୍ଷରୁ ପ୍ରଦାନ କରାଯାଇନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe