Advertisment

ପୋଖରୀରେ ବୁଡ଼ିଗଲେ ଦୁଇ ସାଙ୍ଗ

ଭଦ୍ରକ (ପାର୍ଥସାରଥୀ ନାୟକ): ପରୀକ୍ଷା ଦେଇ ଘରକୁ ଫେରି ଦୁଇ ସାଙ୍ଗ ଖେଳୁଥିବା ବେଳେ ପୋଖରୀରେ ପଡ଼ି ଯାଇଥିଲେ। ଫଳରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଦୁଃଖଦ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସାବରଙ୍ଗ ଗାଁର ବିଶ୍ୱଜିତ ବେହେରା ଓ ତୃତୀୟ ଶ୍ରେଣୀ ଛାତ୍ର ଦେବୀଦତ୍ତ ଧୁପାଳ ସାଙ୍ଗ ହୋଇ ପୋଖରୀ ପାଖରେ ଖେଳୁଥିଲେ। ଅସାବଧାନତା ଯୋଗୁଁ ଦୁହେଁ ପୋଖରୀରେ ଖସି ପଡ଼ିଥିଲେ। ଚିତ୍କାର ଶୁଣି ସେହି […]

ପୋଖରୀରେ ବୁଡ଼ିଗଲେ ଦୁଇ ସାଙ୍ଗ

bhadrak

Advertisment

ଭଦ୍ରକ (ପାର୍ଥସାରଥୀ ନାୟକ): ପରୀକ୍ଷା ଦେଇ ଘରକୁ ଫେରି ଦୁଇ ସାଙ୍ଗ ଖେଳୁଥିବା ବେଳେ ପୋଖରୀରେ ପଡ଼ି ଯାଇଥିଲେ। ଫଳରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଦୁଃଖଦ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି।

Advertisment

ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସାବରଙ୍ଗ ଗାଁର ବିଶ୍ୱଜିତ ବେହେରା ଓ ତୃତୀୟ ଶ୍ରେଣୀ ଛାତ୍ର ଦେବୀଦତ୍ତ ଧୁପାଳ ସାଙ୍ଗ ହୋଇ ପୋଖରୀ ପାଖରେ ଖେଳୁଥିଲେ। ଅସାବଧାନତା ଯୋଗୁଁ ଦୁହେଁ ପୋଖରୀରେ ଖସି ପଡ଼ିଥିଲେ। ଚିତ୍କାର ଶୁଣି ସେହି ରାସ୍ତାରେ ଯାଉଥିବା ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe