ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରେକର୍ଡ ସଂଖ୍ୟକ ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୫୯୪୭୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
32 from Sambalpur
29 from Bargarh
20 from Dhenkanal
20 from Sonepur
18 from Bolangir
17 from Jharsuguda
5 from Deogarh— H & FW Dept Odisha (@HFWOdisha) August 25, 2020
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୬୨୭ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୨୬୬, ନୟାଗଡ଼ରୁ ୧୪୩, ପୁରୀରୁ ୧୪୧, ରାୟଗଡ଼ାରୁ ୧୧୨, କୋରାପୁଟରୁ ୧୦୪, ଭଦ୍ରକରୁ ୯୯, କଟକରୁ ୯୮, ବୌଦ୍ଧରୁ ୮୭, ମାଲକାନଗିରିରୁ ୭୬, କେନ୍ଦ୍ରାପଡ଼ାରୁ ୭୪, କନ୍ଧମାଳରୁ ୭୩, କଳାହାଣ୍ଡିରୁ ୭୨, ମୟୂରଭଞ୍ଜରୁ ୭୦, ବାଲେଶ୍ୱରରୁ ୬୩, ନବରଙ୍ଗପୁରରୁ ୪୪, ଗଜପତିରୁ ୪୨, ଯାଜପୁରରୁ ୪୦, କେନ୍ଦୁଝରରୁ ୩୭, ଅନୁଗୋଳରୁ ୩୨, ଜଗତସିଂହପୁରରୁ ୩୨, ସମ୍ୱଲପୁରରୁ ୩୨, ବରଗଡ଼ରୁ ୨୯, ଢେଙ୍କାନାଳରୁ ୨୦, ସୋନପୁରରୁ ୨୦, ବଲାଙ୍ଗିରିରୁ ୧୮, ଝାରସୁଗୁଡ଼ାରୁ ୧୭ ଓ ଦେବଗଡ଼ରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।