Advertisment

ରାଜ୍ୟରେ ୨୬୩ କରୋନା ସଂକ୍ରମିତ ଚିହ୍ନଟ, ୩ ଜିଲ୍ଲାରେ ଶୂନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଆଜି ଚିହ୍ନଟ ହୋଇଛନ୍ତି ନୂଆ କରୋନା ସଂକ୍ରମିତି । ଗତ ୨୪ ଘଣ୍ଟା ମଧ୍ୟରେ  ରାଜ୍ୟର ୩ ଜିଲ୍ଲାକୁ ଛାଡି୨୭ ଜିଲ୍ଲାରୁ ୨୬୩ଟି କରୋନା ପଜିଟିଭ ବାହାରିଛନ୍ତି । ଏଥିରୁ ୧୫୧ ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ଅନ୍ୟ ୧୧୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇରା ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୯,୦୦୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରାଜ୍ୟରେ କରୋନାରେ ଆଉ ୧୭ ଆଖି ବୁଜିଲେ

corona-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଆଜି ଚିହ୍ନଟ ହୋଇଛନ୍ତି ନୂଆ କରୋନା ସଂକ୍ରମିତି । ଗତ ୨୪ ଘଣ୍ଟା ମଧ୍ୟରେ  ରାଜ୍ୟର ୩ ଜିଲ୍ଲାକୁ ଛାଡି୨୭ ଜିଲ୍ଲାରୁ ୨୬୩ଟି କରୋନା ପଜିଟିଭ ବାହାରିଛନ୍ତି । ଏଥିରୁ ୧୫୧ ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ଅନ୍ୟ ୧୧୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇରା ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୯,୦୦୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

Advertisment


ଆଜି ଚିହ୍ନଟ ହୋଇଥିବା ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୩୨ ଜଣ ଅଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଅଛି ବରଗଡ । ଜିଲ୍ଲାରୁ ୨୩ ଜଣ ନୂଆ କରୋନା ପଜିଟିଭ ବାହାରିଛନ୍ତି । ଅନ୍ୟପଟେ  ବଲାଙ୍ଗୀର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୨୦, ସମ୍ବଲପୁର ଜିଲ୍ଲାରୁ ୨୦, ବାଲେଶ୍ୱର ଜିଲ୍ଲାରୁ ୧୯, ଖୋର୍ଦ୍ଧା ଜିଲ୍ଲାରୁ ୧୯, ଝାରସୁଗୁଡ଼ା ଜିଲ୍ଲାରୁ ୧୫, କଳାହାଣ୍ଡି ଜିଲ୍ଲାରୁ ୧୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦, ମୟୁରଭଞ୍ଜ ଜିଲ୍ଲାରୁ ୧୦,  ଯାଜପୁର ଜିଲ୍ଲାରୁ ୮, କେନ୍ଦୁଝର ଜିଲ୍ଲାରୁ ୭, କଟକ ଜିଲ୍ଲାରୁ ୭, ବୌଦ୍ଧ ଜିଲ୍ଲାରୁ ୫, ,  ନୟାଗଡ଼ ଜିଲ୍ଲାରୁ ୫, ନୂଆପଡ଼ା ଜିଲ୍ଲାରୁ ୫, ସୋନପୁର ଜିଲ୍ଲାରୁ ୫, ଗଞ୍ଜାମ ଜିଲ୍ଲାରୁ ୪, ଜଗତସିଂହପୁର ଜିଲ୍ଲାରୁ ୨, ଭଦ୍ରକ ଜିଲ୍ଲାରୁ ୨, ନବରଙ୍ଗପୁର ଜିଲ୍ଲାରୁ ୨, ପୁରୀ ଜିଲ୍ଲାରୁ ୨,  ମାଲକାନଗିରି ଜିଲ୍ଲାରୁ ଜଣେ, ଦେଓଗଡ଼ ଜିଲ୍ଲାରୁ ଜଣେ,  ରାୟଗଡ଼ ଜିଲ୍ଲାରୁ ଜଣେ, ଷ୍ଟେଟ୍‌ ପୁଲ୍‌ରୁ ୫ଜଣ ରହିଛନ୍ତି ।

Advertisment


ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩,୨୯,୦୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୬୮୮ଟି ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି ୩,୨୪,୩୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

COVID-19