Advertisment

ସହାୟତା ପାଇଁ କେରଳ ଗଲେ ଓଡ଼ିଶାର ଉଦ୍ଧାରକାରୀ ଦଳ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କେରଳରେ ଭୟାବହ ବନ୍ୟା ଯୋଗୁ ଜନଜୀବନ ବ୍ୟାପକ ଭାବରେ ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଉଦ୍ଧାରକାରୀ ଦଳ ଓ ଉଦ୍ଧାର ସାମଗ୍ରୀ ପଠାଯାଇଛି। ଚିଫ୍‌ ଫାୟାର ଅଫିସରଙ୍କ ନେତୃତ୍ୱରେ ୨୭୫ ଜଣିଆ ଅଗ୍ନିଶମ ସେବାଦଳ ଉଦ୍ଧାର କାର୍ଯ୍ୟ ନିମନ୍ତେ କେରଳ ଯାଇଛନ୍ତି। ଏଥି ସହିତ ୭୬ଟି ପାୱାର୍ ବୋଟ୍‌, ୪୫ଟି ଟାୱାର ଲାଇଟ୍‌, ୧୪ଟି ବଡ ଟର୍ଚ୍ଚ ଲାଇଟ୍‌, ୨୩୪ଟି ଲାଇଫ୍‌ ଜ୍ୟାକେଟ୍‌, ୧୩୭ଟି […]

ସହାୟତା ପାଇଁ କେରଳ ଗଲେ ଓଡ଼ିଶାର ଉଦ୍ଧାରକାରୀ ଦଳ

IMG-20180818-WA0061

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟର): କେରଳରେ ଭୟାବହ ବନ୍ୟା ଯୋଗୁ ଜନଜୀବନ ବ୍ୟାପକ ଭାବରେ ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଉଦ୍ଧାରକାରୀ ଦଳ ଓ ଉଦ୍ଧାର ସାମଗ୍ରୀ ପଠାଯାଇଛି।

Advertisment

ଚିଫ୍‌ ଫାୟାର ଅଫିସରଙ୍କ ନେତୃତ୍ୱରେ ୨୭୫ ଜଣିଆ ଅଗ୍ନିଶମ ସେବାଦଳ ଉଦ୍ଧାର କାର୍ଯ୍ୟ ନିମନ୍ତେ କେରଳ ଯାଇଛନ୍ତି। ଏଥି ସହିତ ୭୬ଟି ପାୱାର୍ ବୋଟ୍‌, ୪୫ଟି ଟାୱାର ଲାଇଟ୍‌, ୧୪ଟି ବଡ ଟର୍ଚ୍ଚ ଲାଇଟ୍‌, ୨୩୪ଟି ଲାଇଫ୍‌ ଜ୍ୟାକେଟ୍‌, ୧୩୭ଟି ଲାଇଫ୍‌ ବେ, ୩୧ଟି ଲାଇଫ୍‌ ଲାଇନ୍‌, ୩୦ଟି ସ୍ଲିପିଙ୍ଗ୍‌ ମ୍ୟାଟ୍‌, ୨ଟି ଏଗ୍ରିନେଟ୍‌, ୬ଟି ଟେଣ୍ଟ କଭର,୨ଟି କମ୍ପ୍ରେସର ଆଦି ଓଡ଼ିଶା ସରକାରଙ୍କ ପକ୍ଷରୁ ପଠାଯାଇଥିବା ରାଜସ୍ୱ ଓ ବିପର୍ଯୟ ପ୍ରଶମନ ବିଭାଗ ମନ୍ତ୍ରୀ ମହେଶ୍ବର ମହାନ୍ତି କହିଛନ୍ତି।

କେରଳରେ ବସବାସ କରୁଥିବା ବନ୍ୟା ପ୍ରଭାବିତ ଓଡ଼ିଆ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ସହ ଉଦ୍ଧାର କାର୍ଯ୍ୟ ନିମନ୍ତେ କେରଳ ସରକାରଙ୍କୁ ଅନୁରୋଧ କରାଯାଇଛି । କେରଳ ବନ୍ୟା ଯୋଗୁଁ ଅଟକି ରହିଥିବା ଓଡ଼ିଆ ଲୋକମାନଙ୍କୁ ସହାୟତା ଦେବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନ କାର୍ଯ୍ୟାଳୟ ପକ୍ଷରୁ ହେଲ¬ଲାଇନ୍‌ ନଂ-୧୦୭୦ ଏବଂ ୦୬୭୪-୨୫୩୪୧୭୭ ଜାରି କରାଯାଇଛି।

Advertisment

କେରଳର ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ସେଠାରେ ଥିବା ବନ୍ୟା ପ୍ରଭାବିତ ଓଡ଼ିଆ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ-ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe