/odisha-reporter/media/post_attachments/uploads/2022/06/mmoney.jpg)
money
ପୁରୀ(ଓଡ଼ିଶା ରିପୋର୍ଟର): ରେଳ ଷ୍ଟେସନ୍ରେ ଲଗେଜ୍ ସ୍କାନିଂ ବେଳେ ଯାତ୍ରୀଙ୍କ ବ୍ୟାଗ୍ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ଜଣେ ଯାତ୍ରୀଙ୍କ ବ୍ୟାଗରୁ ନଗଦ ୨୮ ଲକ୍ଷ ୮୫ ହଜାର ୫ଶହ ଟଙ୍କା ଜବତ କରିଛି ଆରପିଏଫ । ଏପରି ଘଟଣା ପୁରୀ ରେଳଷ୍ଟେସନରେ ଗତକାଲି ଘଟିଛି ।
Advertisment
ଆରପିଏଫ ପୁଲିସ୍ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଯାତ୍ରୀଙ୍କ ନାଁ ଉଦୟ କୁମାର ଓ ଘର ବିଶାଖାପାଟଣାର ନରସିପାଟନମ୍ରେ ବୋଲି ଜଣା ପଡ଼ିଛି।
ଗତକାଲି ସନ୍ଧ୍ୟାରେ ଉଦୟ କୁମାର ପୁରୀରୁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ଷ୍ଟେଶନରେ ଆରପିଏଫ ପକ୍ଷରୁ ତାଙ୍କ ଲଗେଜ୍ ସ୍କାନ କରାଯାଇଥିଲା। ସେଥିରେ ବିପୁଳ ପରିମାଣର ଟଙ୍କା ଥିବା ଦେଖି ସନ୍ଦେହ ସୃଷ୍ଟି ହେବାରୁ ଆରପିଏଫ ପୁଲିସ୍ ତାଙ୍କୁ ଅଟକ ରଖିଛି।
Advertisment
ପୁଲିସ୍ର ପଚରାଉଚରା ବେଳେ ଜମି ବିକ୍ରି କରି ଏସବୁ ଟଙ୍କା ଆଣିଥିବା କହିଛନ୍ତି ଉଦୟ କୁମାର । ହେଲେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
