Advertisment

୨୮ଟି ମାଛ କଲା ଲକ୍ଷପତି, ୩୫ ଲକ୍ଷ ପାଇ ମାଛ ଧରାଳି ଖୁସ୍

ଜଳେଶ୍ୱର(ଅଜିତ କୁମାର ଦାସ): ରାତାରାତି ମାଛ ଧରାଳି ହେଲେ ଲକ୍ଷପତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ମୋହନାର କିଛି ମାଛ ଧରାଳିଙ୍କୁ ଏଭଳି ସଫଳତା ମିଳିଛି। ଏହି ମାଛ ଧରାଳିଙ୍କ ଜାଲରେ କିଛି ଦୁର୍ଲଭ ମାଛ ପଡ଼ିବା ପରେ ସେମାନେ ଏହାକୁ ମୋହନା ମାଛ ମାର୍କେଟରେ ବିକି ପ୍ରାୟ ୩୫ ଲକ୍ଷ ଟଙ୍କା ପାଇଛନ୍ତି। ସୂଚନା ମୁତାବକ, ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ସମୁଦ୍ରମୁହାଣକୁ ଗତକାଲି କିଛି ମାଛ ଧରାଳି ମାଛ ମାରିବାକୁ ଯାଇଥିଲେ। ଆଜି […]

ଅଦ୍ୟତନ ହୋଇଛି
୨୮ଟି ମାଛ କଲା ଲକ୍ଷପତି, ୩୫ ଲକ୍ଷ ପାଇ ମାଛ ଧରାଳି ଖୁସ୍

fish

Advertisment

ଜଳେଶ୍ୱର(ଅଜିତ କୁମାର ଦାସ): ରାତାରାତି ମାଛ ଧରାଳି ହେଲେ ଲକ୍ଷପତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ମୋହନାର କିଛି ମାଛ ଧରାଳିଙ୍କୁ ଏଭଳି ସଫଳତା ମିଳିଛି। ଏହି ମାଛ ଧରାଳିଙ୍କ ଜାଲରେ କିଛି ଦୁର୍ଲଭ ମାଛ ପଡ଼ିବା ପରେ ସେମାନେ ଏହାକୁ ମୋହନା ମାଛ ମାର୍କେଟରେ ବିକି ପ୍ରାୟ ୩୫ ଲକ୍ଷ ଟଙ୍କା ପାଇଛନ୍ତି।

Advertisment

ସୂଚନା ମୁତାବକ, ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ସମୁଦ୍ରମୁହାଣକୁ ଗତକାଲି କିଛି ମାଛ ଧରାଳି ମାଛ ମାରିବାକୁ ଯାଇଥିଲେ। ଆଜି ସେମାନେ ପ୍ରାୟ ୨୮ଟି ବଡ଼ ତେଲିଆ ଭୋଳା ମାଛ ଧରି ଫେରିଥିଲେ। ଏହି ମାଛକୁ ନେଇ ମୋହନା ମାଛ ମାର୍କେଟରେ ବିକ୍ରି କରିଥିଲେ। ମାଛଗୁଡ଼ିକ କେଜି ପ୍ରତି ୧୪ ହଜାର ଟଙ୍କାରେ ବିକ୍ରି ହୋଇଥିଲା। କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛ ଗୁଡ଼ିକୁ କିଣି ଥିଲା।

ପ୍ରତି ମାଛର ଓଜନ ପ୍ରାୟ ମାଛ ୮ ରୁ ୧୦ କେଜି ହେବ। ତେଣୁ ମାଛ ଧରାଳିମାନେ ମାଛଗୁଡ଼ିକୁ ବିକ୍ରି କରି ଆନୁମାନିକ ୩୫ ଲକ୍ଷ ଟଙ୍କା ପାଇଛନ୍ତି। ଯାହାକୁ ନେଇ ମାଛ ଧରାଳିମାନେ ଖୁସି ବ୍ୟକ୍ତି କରିଛନ୍ତି। ସେପଟେ ଏହି ମାଛ ସାଧାରଣତଃ ଔଷଧ ତିଆରିରେ ବ୍ୟବହାର ହୋଇଥାଏ ବୋଲି ଜଣାପଡ଼ିଛି। ଏହାଛଡ଼ା ମାଛଗୁଡ଼ିକ ବିଦେଶୀ ମଦ କମ୍ପାନୀମାନେ କିଣି ଆଲକହଲ ପ୍ରସ୍ତୁତିରେ ବ୍ୟବହାର କରିଥାନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe