Advertisment

୧୧ ବରିଷ୍ଠ ଓଏଏସ ଅଫିସରଙ୍କର ହେଲା ବଦଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୧୧ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଅଫିସର ରୀନା ମହାପାତ୍ରଙ୍କୁ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଭଦ୍ରକ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାଏକଙ୍କୁ  ଅତିରିକ୍ତ ପରିବହନ କମିଶନର ଭାବେ କଟକରେ ଅବସ୍ଥାପିତ କରାଯାଇଛି । […]

ଅଦ୍ୟତନ ହୋଇଛି
୧୧ ବରିଷ୍ଠ ଓଏଏସ ଅଫିସରଙ୍କର ହେଲା ବଦଳି

transfer

Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୧୧ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଅଫିସର ରୀନା ମହାପାତ୍ରଙ୍କୁ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଭଦ୍ରକ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାଏକଙ୍କୁ  ଅତିରିକ୍ତ ପରିବହନ କମିଶନର ଭାବେ କଟକରେ ଅବସ୍ଥାପିତ କରାଯାଇଛି ।
Advertisment
ସେହିପରି ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ, ପ୍ରତାପ ପ୍ରୀତିମୟଙ୍କୁ ଭଦ୍ରକ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଲମ୍ବୋଦର ଧରୁଆଙ୍କୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ, ଶକ୍ତିକାନ୍ତ ରାୟଙ୍କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଜେନେରାଲ ମ୍ୟାନେଜର, ତ୍ରିଲୋଚନ ମହାନ୍ତିଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ, କୁମାର ନାଗଭୂଷଣଙ୍କୁ ବଲାଙ୍ଗିର ଉପଜିଲ୍ଲାପାଳ ସହ ଅତିରିକ୍ତ ଭାବେ ଲୋଏର ସୁକତେଲ ଜଳସେଚନ ପ୍ରକଳ୍ପର ଭୂଅଧିଗ୍ରହଣ ଅଧିକାରୀ ଭାବେ ବଦଳି କରାଯାଇଛି ।
  ଓଏଏସ୍ ସୁକାନ୍ତ ମାଝୀଙ୍କୁ ଚମ୍ପୁଆ ଉପଜିଲ୍ଲାପାଳ, ତରଣୀ ସୁନାଙ୍କୁ ଆଠମଲ୍ଲିକ ଉପଜିଳ୍ଲାପାଳ ଓ ତପନ କୁମାର ନାଏକଙ୍କୁ କେନ୍ଦୁଝର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଭାବେ ବଦଳି ହୋଇଛି ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe