ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ତିନି ହଜାର ପାଖାପାଖି ହୋଇଛି ଦୈନିକ କରୋନା ସଂକ୍ରମଣ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୩୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୨୫୬ଟି ହେଉଛି ଲୋକାଲ୍ କେସ୍। ସେହିପରି କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୩୮, କଳାହାଣ୍ଡିରୁ ୨୬୦, କଟକରୁ ୨୦୮, ନୂଆପଡ଼ାରୁ ୧୫୧, ସମ୍ବଲପୁରରୁ ୧୪୮, ବରଗଡ଼ରୁ ୧୨୬, ପୁରୀରୁ ୧୧୨ ଓ ବଲାଙ୍ଗିର ଜିଲ୍ଲାରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୬୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮୩, ଭଦ୍ରକରୁ ୩୪, ବୌଦ୍ଧରୁ ୧୦, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୨୧, ଗଜପତିରୁ ୧୫, ଗଞ୍ଜାମରୁ ୬୩, ଜଗତସିଂହପୁରରୁ ୨୪, ଯାଜପୁରରୁ ୫୧, ଝାରସୁଗୁଡ଼ାରୁ ୮୪, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୭୭, କୋରାପୁଟରୁ ୧୪, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୩୮, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୧୨, ରାୟଗଡ଼ାରୁ ୨୭ ଓ ସୋନପୁରରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ପୁଲ୍ରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି।
୨୯୮୯ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୮,୩୪୨ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୪୧,୭୩୩ ସୁସ୍ଥ ହୋଇସାରିଲେଣି। ୧୪,୬୨୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୨ ଜଣଙ୍କ ଜୀବନ ଯିବା ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୩୫ ହୋଇଛି।
୨୪ ଘଣ୍ଟାରେ ଗଲା ଆଉ ୨ ଜୀବନ
କରୋନାରେ ରାଜ୍ୟରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୩୫ରେ ପହଞ୍ଚିଛି। ଏହି ଦୁଇ ମୃତକ ଯଥାକ୍ରମେ କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାର। ଆଉ ଜଣେ ଲେଖାଏଁ ପ୍ରାଣ ହରାଇବା ସହିତ କଳାହାଣ୍ଡିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ କେନ୍ଦୁଝରରେ ୩୭ ହୋଇଛି।
Covid-19 Report For 14th April
New Positive Cases: 2989
In quarantine: 1733
Local contacts: 1256(Details of local contacts will be shared by concerned Dist Administration)
District Wise Cases:
1. Angul: 65
2. Balasore: 83
3. Bargarh: 126
4. Bhadrak: 34
5. Balangir: 110— I & PR Department, Odisha (@IPR_Odisha) April 15, 2021
22. Mayurbhanj: 38
23. Nawarangpur: 43
24. Nayagarh: 12
25. Nuapada: 151
26. Puri: 112
27. Rayagada: 27
28. Sambalpur: 148
29. Sonepur: 6
30. Sundargarh: 631
31. State Pool: 94New recoveries: 610
Cumulative tested: 9496291
Positive: 358342
Recovered: 341733
Active cases: 14621— I & PR Department, Odisha (@IPR_Odisha) April 15, 2021