Advertisment

ବଜ୍ରପାତରେ ୨ ମୃତ, ୪ ଗୁରୁତର

ବାସୁଦେବପୁର/ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ଓ ବଜ୍ରପାତ ହେବା ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲା କଷିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିନୋବାଭାବେ ନଗରରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।  ମୃତକଦ୍ୱୟ ହେଲେ ବିଷ୍ଣୁପଦ ବିଶ୍ୱାସ(୪୫) ଓ ମହୁମିତା ହୋତା (୨୭)। ଗତକାଲି ସନ୍ଧ୍ୟାରେ ବିଷ୍ଣୁପଦ ବିଲରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ […]

ବଜ୍ରପାତରେ ୨ ମୃତ, ୪ ଗୁରୁତର

death

Advertisment

ବାସୁଦେବପୁର/ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ଓ ବଜ୍ରପାତ ହେବା ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

Advertisment

ଭଦ୍ରକ ଜିଲ୍ଲା କଷିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିନୋବାଭାବେ ନଗରରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।  ମୃତକଦ୍ୱୟ ହେଲେ ବିଷ୍ଣୁପଦ ବିଶ୍ୱାସ(୪୫) ଓ ମହୁମିତା ହୋତା (୨୭)।

ଗତକାଲି ସନ୍ଧ୍ୟାରେ ବିଷ୍ଣୁପଦ ବିଲରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ସେହି ଗାଁର ମହୁମିତା ଗୁହାଳରେ ଗାଈ ବାନ୍ଧୁଥିବା ବେଳେ ବଜ୍ରପାତ ହେବାରୁ  ତାଙ୍କ ମୃତ୍ୟୁ ଘଟିଛି।

Advertisment

ଅନ୍ୟପକ୍ଷରେ ନାୟକାଣିଡିହି ଥାନା ଅନ୍ତର୍ଗତ କରଞ୍ଜଆଡିଆ ଗାଁର ରଘୁନାଥ ତରାଇ(୫୫) ବଜ୍ରପାତରେ ଆହତ ହୋଇଛନ୍ତି। ସେ ଘରେ ଥିବା ବେଳେ ବଜ୍ରପାତ ଶିକାର ହୋଇଥିଲେ। ତାଙ୍କ ଶରୀର ଆଶିଂକ ଭାବେ ପୋଡ଼ିଯାଇଛି। publive-image

କାଳ ବୈଶାଖୀର ପ୍ରଭାବରେ ନୂଆପଡା ଜିଲ୍ଲା କୋମନା ଅଞ୍ଚଳରେ ଝଡ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବଜ୍ରପାତରେ ବିଲେଇ ଅଞ୍ଚର ଗାଁର ଶରତ ଭୋଇ ଓ ନୀରନ ଭୋଇ ଏବଂ ବଘାମୁଣ୍ତା ଗାଁର ସଜନା ଆଡବାହୀ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କୋମନା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି।

 ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ ତଥା ବାଡ ଭାଙ୍ଗି ପଡିଛି। ଫଳରେ କୋମନା ଅଞ୍ଚଳରେ ବିଦ୍ୟୁତ ଯୋଗାଣ ଠପ୍‌ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe