bana-baba
କୋଣାର୍କ: କୋଣାର୍କ ଦର୍ଶନୀବନ୍ତରେ ଥିବା ବାନା ବାବାଙ୍କ ଆଶ୍ରମରେ ଆଜି ପୁଣି ଜବରଦଖଲ ଉଚ୍ଛେଦ ଚାଲିଛି। ପ୍ରଶାସନ ପକ୍ଷରୁ ଆଶ୍ରମର ମୁଖ୍ୟ ଅଟ୍ଟାଳିକା ସମେତ ଅନ୍ୟାନ୍ୟ ନିର୍ମାଣ ସ୍ଥଳ ଉଚ୍ଛେଦ କରାଯାଉଛି। ଶାନ୍ତିଶୃଙ୍ଖଳା ପାଇଁ ସେଠାରେ ୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୮୦ ଜଣ ବନ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଜଣେ ଆଡିସିନାଲ୍ ଡିଏସପି ଏବଂ ୨ ଜଣ ଆଇଆଇସି ମଧ୍ୟ ଉଚ୍ଛେଦ କାମର ଅନୁଧ୍ୟାନ କରୁଛନ୍ତି।
ଗତକାଲି ଜବରଦଖଲ ଉଚ୍ଛେଦବେଳେ ବାବାଙ୍କ ସମର୍ଥକ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବାନା ବାବାଙ୍କ ୨୫ ଜଣ ସମର୍ଥକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମାପଡ଼ା ଜେଏମ୍ଏଫ୍ସି ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଜାମିନ ନାମଞ୍ଜୁର କରିବା ପରେ ସେମାନଙ୍କୁ ନିମାପଡ଼ା ସବ୍ଜେଲକୁ ପଠାଇ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/06/bana-baba-1.jpg)