Advertisment

ବନ୍ଧୁକ ମୁନରେ ଲୁଟୁଥିଲେ, ଧରା ପଡ଼ିଗଲେ

ରାଉରକେଲା(ଓଡ଼ିଶା ରିପୋର୍ଟର): ପିସ୍ତଲ ମୁନରେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ କରିଥିବା ୩ ଜଣ ପେସାଦାର ଅପରାଧୀଙ୍କୁ ପ୍ଲାଣ୍ଟସାଇଟ ପୁଲିସ୍‌ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ଅରମାନ କୁରେଶୀ, ବିବେକ ଗୁପ୍ତା ଏବଂ ମହମ୍ମଦ ଫାୟୁମ । ସେମାନଙ୍କ ନିକଟରୁ  ନଗଦ ୧୧, ୫୨୦ ଟଙ୍କା, ପିସ୍ତଲ, ଗୁଳି ଏବଂ ଡକାୟତିରେ ବ୍ୟବହୃତ ସ୍କୁଟି ଜବତ ହୋଇଛି। ସୂଚନାନୁସାରେ, ୧୩ ଅକ୍ଟୋବର ରାତିରେ ଇକବାଲ ଖାନ ନାମକ ବ୍ୟବସାୟୀ ଆମ୍ବଗାନରୁ ଟଙ୍କା କଲେକ୍ସନ କରି ଫେରୁଥିଲେ।  […]

ବନ୍ଧୁକ ମୁନରେ ଲୁଟୁଥିଲେ, ଧରା ପଡ଼ିଗଲେ

rkl

Advertisment

ରାଉରକେଲା(ଓଡ଼ିଶା ରିପୋର୍ଟର): ପିସ୍ତଲ ମୁନରେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ କରିଥିବା ୩ ଜଣ ପେସାଦାର ଅପରାଧୀଙ୍କୁ ପ୍ଲାଣ୍ଟସାଇଟ ପୁଲିସ୍‌ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ଅରମାନ କୁରେଶୀ, ବିବେକ ଗୁପ୍ତା ଏବଂ ମହମ୍ମଦ ଫାୟୁମ । ସେମାନଙ୍କ ନିକଟରୁ  ନଗଦ ୧୧, ୫୨୦ ଟଙ୍କା, ପିସ୍ତଲ, ଗୁଳି ଏବଂ ଡକାୟତିରେ ବ୍ୟବହୃତ ସ୍କୁଟି ଜବତ ହୋଇଛି।

Advertisment

ସୂଚନାନୁସାରେ, ୧୩ ଅକ୍ଟୋବର ରାତିରେ ଇକବାଲ ଖାନ ନାମକ ବ୍ୟବସାୟୀ ଆମ୍ବଗାନରୁ ଟଙ୍କା କଲେକ୍ସନ କରି ଫେରୁଥିଲେ।  ଏହି ସମୟରେ  ଅରମାନ କୁରେଶୀ ନାମକ ଜଣେ ପେଷାଦାର ଅପରାଧୀଙ୍କ ସହ ବିବେକ ଗୁପ୍ତା ଏବଂ ମହମ୍ମଦ ଫାୟୁମ ନୂଆ ବସଷ୍ଟାଣ୍ଡ ନିକଟରେ ଇକବାଲଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଏହାପରେ ତାଙ୍କ ନିକଟରେ ଥିବା ୨୯ ହଜାର ଟଙ୍କା ଲୁଟି ନେଇଥିଲେ । ପ୍ଲାଣ୍ଟସାଇଟ ପୁଲିସ୍‌ ତଦନ୍ତ କରି ଏହି ୩ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe