phulbani
ଫୁଲବାଣୀ(ତ୍ରିନାଥ ସାହୁ): ଗଞ୍ଜେଇ ଚୋରା ଚାଲାଣ ମାମଲାରେ କନ୍ଧମାଳ ଜିଲ୍ଲାର ଜଣେ ନିଲମ୍ବିତ କନଷ୍ଟେବଳଙ୍କ ସମେତ ୩ ଜଣଙ୍କୁ ଫିରିଙ୍ଗିଆ ଥାନା ପୁଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ନାହାକ, ମଧୁସୂଦନ ଦିଗାଲ ଏବଂ ବଳଭଦ୍ର ସାହାଣୀ।
ବସନ୍ତ କନ୍ଧମାଳ ଜିଲ୍ଲାରେ ଜଣେ ପୁଲିସ କନଷ୍ଟେବଳ ଭାବ କାମ କରୁଥିଲେ। ହେଲେ ନିକଟରେ ସେ ଏକ ମାମଲାରେ ନିଲମ୍ୱିତ ହୋଇଥିଲେ। ସମସ୍ତ ଅଭିଯୁକ୍ତଙ୍କ ଘର କନ୍ଧମାଳ ଜିଲ୍ଲାରେ। ସେମାନଙ୍କ ନିକଟରୁ ୩୦ କିଲୋ ଗଞ୍ଜେଇ ସହିତ ଏକ ଟାଟା ସୁମୋ ଗାଡ଼ି ଏବଂ ୧, ୧୩, ୦୦୦ ଟଙ୍କାର ଜାଲ ନୋଟ ମଧ୍ୟ ଜବତ ହୋଇଛି। ଏନେଇ ଫିରିଙ୍ଗିଆ ଥାନା ଆଇଆଇସି ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି।/odisha-reporter/media/post_attachments/wp-content/uploads/2020/06/phulbani-5555000000.jpg)
ପୁଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ଡ଼ିମିରିଗୁଡ଼ା ଗ୍ରାମ ପଞ୍ଚାୟତର ସିମିଳିସାହିରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ତେବେ ଅଭିଯୁକ୍ତମାନେ ଗଞ୍ଜେଇ କିଣିବା ପାଇଁ ଜାଲ୍ ନୋଟ ବ୍ୟବହାର କରୁଥିବା ପୁଲିସ୍ ସନ୍ଦେହ କରୁଛି। ଏତେ ଗୁଡ଼ିଏ ଜାଲ ନୋଟ୍ ସେମାନେ କେଉଁଠୁ ପାଇଛନ୍ତି ସେ ନେଇ ତଦନ୍ତ ଜାରି ରହିଥିବା ଫିରିଙ୍ଗିଆ ଥାନା ଆଇଆଇସି ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/phulbani-2200.jpg)