Advertisment

ଚୋରା ମୋବାଇଲ୍‌ ବିକୁଥିଲେ, ମାଡ଼ି ବସିଲା ପୁଲିସ

କଟକ (ଓଡ଼ିଶା ରିପୋର୍ଟର): ବେଧଡକ ଚାଲିଥିବା ଚୋରା ମୋବାଇଲ୍‌ କାରବାର। ତମ୍ବୁ ପକାଇ ବିକ୍ରି କରୁଥିଲେ ଚୋରା ମୋବାଇଲ୍‌। ଶେଷରେ ମାଡି ବସିଲା ପୁଲିସ। ମହାରାଷ୍ଟ୍ରରୁ ଆସି ଚୌଦ୍ୱାର ଅଗ୍ରାହାଟ ପଞ୍ଚାୟତ ତାରିଣୀ ମନ୍ଦିର ପାଖରେ ରହୁଥିବା ୩ ଜଣଙ୍କୁ ଚୌଦ୍ୱାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।  ଚୋରା ମୋବାଇଲ୍ ଆଣି ବିକ୍ରି କରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୫୮ଟି ନକଲି ମୋବାଇଲ ଫୋନ୍ ଓ ୫ଟି […]

ଅଦ୍ୟତନ ହୋଇଛି
ଚୋରା ମୋବାଇଲ୍‌ ବିକୁଥିଲେ, ମାଡ଼ି ବସିଲା ପୁଲିସ

3 arrested

Advertisment

କଟକ (ଓଡ଼ିଶା ରିପୋର୍ଟର): ବେଧଡକ ଚାଲିଥିବା ଚୋରା ମୋବାଇଲ୍‌ କାରବାର। ତମ୍ବୁ ପକାଇ ବିକ୍ରି କରୁଥିଲେ ଚୋରା ମୋବାଇଲ୍‌। ଶେଷରେ ମାଡି ବସିଲା ପୁଲିସ। ମହାରାଷ୍ଟ୍ରରୁ ଆସି ଚୌଦ୍ୱାର ଅଗ୍ରାହାଟ ପଞ୍ଚାୟତ ତାରିଣୀ ମନ୍ଦିର ପାଖରେ ରହୁଥିବା ୩ ଜଣଙ୍କୁ ଚୌଦ୍ୱାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।  ଚୋରା ମୋବାଇଲ୍ ଆଣି ବିକ୍ରି କରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୫୮ଟି ନକଲି ମୋବାଇଲ ଫୋନ୍ ଓ ୫ଟି ବାଇକ ଜବତ ହୋଇଛି।

Advertisment

କିଛିଦିନ ହେବ ଆଗ୍ରାହାଟରେ ତମ୍ବୁ ପକାଇ ରହୁଥିବା ତିନିଟି ପରିବାର ଉପରେ ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ଖୁବ୍ କମ ମୂଲ୍ୟରେ ଚାଇନା ମୋବାଇଲ ବିକ୍ରି କରୁଥିଲେ। ଏପରିକି ମୋବାଇଲ ସହିତ ଗ୍ୟାରେଣ୍ଟି କାର୍ଡ ମଧ୍ୟ ଦେଉଥିଲେ। ହେଲେ ପରେ ଏସବୁ ନକଲି ଗ୍ୟାରେଣ୍ଟି କାର୍ଡ ଥିବା ଜଣାପଡ଼ିଥିଲା।

ଖବର ପାଇ ଚୌଦ୍ୱାର ପୁଲିସ ସେମାନଙ୍କ ତମ୍ବୁ ଉପରେ ଆଜି ଚଢ଼ଉ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ଚାଇନା ମୋବାଇଲ୍ ସବୁ ମୁମ୍ବାଇର ଫୁଟପାଥରୁ ଆଣି ଏଠାରେ ବିକ୍ରି କରୁଥିବା ପୁଲିସ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe