Advertisment

ଥାନାକୁ ଯାଉଥିବା ମହିଳାଙ୍କୁ ଅପହରଣ ଉଦ୍ୟମ; କନଷ୍ଟେବଳଙ୍କ ସମେତ ୩ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥାନାକୁ ଅଭିଯୋଗ ଜଣାଇବାକୁ ଆସୁଥିବା ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ପୁଲିସ୍‌ ଜଣେ କନଷ୍ଟେବଳଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ରାଜଧାନୀର ସହିଦ ନଗର ଅଞ୍ଚଳରେ ଗତକାଲି ରାତିରେ ଏପରି ଘଟଣା ଘଟିଯାଇଛି। ଗିରଫ କନଷ୍ଟେବଳ ଜଣଙ୍କ ଓଡ଼ିଶା ଆର୍ମଡ ପୁଲିସରେ କାର୍ଯ୍ୟରତ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ସହିଦନଗର ଅଞ୍ଚଳର ଜଣେ ମହିଳା ସହିଦନଗର ଥାନାକୁ  ଅଭିଯୋଗ ଜଣାଇବା ନିମନ୍ତେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଥାନାକୁ ଯାଉଥିବା ମହିଳାଙ୍କୁ ଅପହରଣ ଉଦ୍ୟମ; କନଷ୍ଟେବଳଙ୍କ ସମେତ ୩ ଗିରଫ

000000000000000000000000000

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥାନାକୁ ଅଭିଯୋଗ ଜଣାଇବାକୁ ଆସୁଥିବା ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ପୁଲିସ୍‌ ଜଣେ କନଷ୍ଟେବଳଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ରାଜଧାନୀର ସହିଦ ନଗର ଅଞ୍ଚଳରେ ଗତକାଲି ରାତିରେ ଏପରି ଘଟଣା ଘଟିଯାଇଛି। ଗିରଫ କନଷ୍ଟେବଳ ଜଣଙ୍କ ଓଡ଼ିଶା ଆର୍ମଡ ପୁଲିସରେ କାର୍ଯ୍ୟରତ ଅଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ସହିଦନଗର ଅଞ୍ଚଳର ଜଣେ ମହିଳା ସହିଦନଗର ଥାନାକୁ  ଅଭିଯୋଗ ଜଣାଇବା ନିମନ୍ତେ ଏକୁଟିଆ ଚାଲିଚାଲି ଆସୁଥିଲେ। ଏହି ସମୟରେ ଏକ  ଅଟୋରେ ଜଣେ କନଷ୍ଟେବଳଙ୍କ ସମେତ ତିନି ଜଣ ବ୍ୟକ୍ତି  ସେଠାରେ ପହଞ୍ଚିଥିଲେ। ସମ୍ପୃକ୍ତ ମହିଳାଙ୍କ ସହ କଥା ହୋଇ ତାଙ୍କୁ  ଥାନାରେ ପହଞ୍ଚାଇ ଦେବେ ବୋଲି କହିଥିଲେ।

ଏହାପରେ ମହିଳା ଜଣକ ସେମାନଙ୍କ ସହ ଅଟୋରେ ବସିଥିଲେ। କିନ୍ତୁ ଉକ୍ତ ଯୁବକମାନେ ସଂପୃକ୍ତ ମହିଳାଙ୍କୁ ଥାନାକୁ ନ ନେଇ ଖଣ୍ଡଗିରି ଓ ଚନ୍ଦକାର ବିଭି଼ନ୍ନ ଅଞ୍ଚଳରେ ବୁଲାଇଥିଲେ। ଅଟୋରେ ସେମାନେ ଜୋରଜବରଦସ୍ତି ଭାବେ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

Advertisment

ପରେ ସେମାନେ ଅଟୋରେ ମହିଳାଙ୍କୁ ନେଇ ସହିଦନଗର ଆସିଥିଲେ।  ଗାଡ଼ିଟି ସହିଦ ନଗର ଥାନା ନିକଟରେ ଯାଉଥିବା ବେଳେ ମହିଳାଜଣକ  ଗାଡ଼ିରୁ ଡେଇଁ ପଡ଼ି ଜୋରରେ ଚିତ୍କାର କରିଥିଲେ। ଏହା ଶୁଣି  ଥାନା ନିକଟରେ ଥିବା ଲୋକେ ଦୌଡ଼ି ଆସି କନଷ୍ଟେବଳଙ୍କ ସମେତ ତିନି ଜଣଙ୍କୁ କାବୁ କରି ନେବା ସହ ମହିଳାଙ୍କୁ ଉଦ୍ଧାର କରିଥିଲେ। ପୁଲିସ୍‌ କନଷ୍ଟେବଳଙ୍କ ସମେତ ତିନି ଜଣଙ୍କୁ ଗିରଫ କରି  କୋର୍ଟଚାଲାଣ କରିଛି। 

ତେବେ ଗିରଫ କନଷ୍ଟେବଳଙ୍କର ଗତକାଲି ଖଣ୍ଡଗିରି ଥାନାରେ ସାଢ଼େ ନଅଟାରୁ ସକାଳ ସାଢ଼େ ସାତଟା ଯାଏ ଡ୍ୟୁଟି ରହିଥିଲା ବୋଲି ସୂଚନା ମିଳିଛି।