Advertisment

‘ଓଡ଼ିଶାରେ ୨୫ ଜଣ ବ୍ଲାକଫଙ୍ଗସରେ ହୋଇଛନ୍ତି ଆକ୍ରାନ୍ତ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୫ ଜଣ ବ୍ଲାକଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, ଅନ୍ୟ ରାଜ୍ୟରେ ହଜାର ହଜାର ବ୍ଲାକ ଫଙ୍ଗସ ରୋଗୀ ଅଛନ୍ତି। ମାତ୍ର ଆମ ରାଜ୍ୟରେ ବ୍ଲାକ ଫଙ୍ଗସକୁ ନେଇ ସେପରି ସ୍ଥିତି ନାହିଁ। ୩ ବ୍ଲାକ ଫଙ୍ଗସ ଆକ୍ରାନ୍ତ ପ୍ରାଣ ହରାଇଥିବା କୁହାଯାଉଥିଲା। ମାତ୍ର ସେମାନେ ଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି। ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଯେଉଁ ଇଞ୍ଜେକସନ […]

ଅଦ୍ୟତନ ହୋଇଛି
‘ଓଡ଼ିଶାରେ ୨୫ ଜଣ ବ୍ଲାକଫଙ୍ଗସରେ ହୋଇଛନ୍ତି ଆକ୍ରାନ୍ତ’

Black-Fungus

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୫ ଜଣ ବ୍ଲାକଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, ଅନ୍ୟ ରାଜ୍ୟରେ ହଜାର ହଜାର ବ୍ଲାକ ଫଙ୍ଗସ ରୋଗୀ ଅଛନ୍ତି। ମାତ୍ର ଆମ ରାଜ୍ୟରେ ବ୍ଲାକ ଫଙ୍ଗସକୁ ନେଇ ସେପରି ସ୍ଥିତି ନାହିଁ। ୩ ବ୍ଲାକ ଫଙ୍ଗସ ଆକ୍ରାନ୍ତ ପ୍ରାଣ ହରାଇଥିବା କୁହାଯାଉଥିଲା। ମାତ୍ର ସେମାନେ ଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି। ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଯେଉଁ ଇଞ୍ଜେକସନ ଦରକାର କେନ୍ଦ୍ରକୁ ମାଗିଛୁ। ଯାହା ଆସୁଛି ବଣ୍ଟା ଯାଉଛି। ଆସନ୍ତା ସପ୍ତାହକୁ ସ୍ଥିତି ସୁଧୁରିଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Advertisment

ଶରୀରରେ ରୋଗପ୍ରତିରୋଧ ଶକ୍ତି କମିଯାଉଥିବା ଲୋକଙ୍କୁ ବ୍ଲାକ୍‌ଫଙ୍ଗସ ଆକ୍ରାନ୍ତ କରୁଛି। ତେଣୁ କରୋନାରେ ଆକ୍ରାନ୍ତଙ୍କୁ ଏହି ରୋଗ ସହଜରେ ଆକ୍ରାନ୍ତ କରୁଥିବା ଦେଖିବାକୁ ମିଳିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର ପରି ରାଜ୍ୟରେ ବେଶୀ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଉଛି। ଯାହାକୁ ନେଇ ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି। ଏହାର ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି। କୋଭିଡ୍‌ ଆକ୍ରାନ୍ତଙ୍କୁ ବେଶୀ ଷ୍ଟେରଏଡ୍‌ ନଦେବାକୁ ପରାମର୍ଶ ଦିଆଯାଉଛି।

ଏବେ ଏହି  ରୋଗର ଜାଲରେ ଓଡ଼ିଶା ଛନ୍ଦି ହୋଇପଡ଼ିଛି। ଆଜି ସୁଦ୍ଧା ୨୫ ଜଣ ଆକ୍ରାନ୍ତ ହୋଇଥିବା ଏସିଏସ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଓଡ଼ିଶାରେ ବ୍ଲାକ୍‌ଫଙ୍ଗସକୁ ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ ବ୍ଲାକ୍‌ଫଙ୍ଗସ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ କରିବ। ଦରକାର ପଡ଼ିଲେ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆବଶ୍ୟକ ହେଉଥିବା ସେବା ଯୋଗାଇଦେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe