ନିର୍ଘାତ ପିଟୁଥିଲା ବାପା, ବୁଦା ମୂଳେ ଲୁଚିଲେ ୩ ଶିଶୁ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ବିନା କାରଣରେ ନିର୍ଘାତ ପିଟୁଥିଲା ବାପା। ନିର୍ଯାତନା ଅସହ୍ୟ ହେବାରୁ ଘର ଛାଡ଼ି ୩ ଭାଇଭଉଣୀ ରାସ୍ତାରେ ବୁଲିଲେ। ମାଗି ଯାଚି ଖାଇଲେ, ରାତି ହେଲେ ବୁଦା ମୂଳେ ଶୋଇଲେ। ହେଲେ ଘରକୁ ଫେରିଲେ ନାହିଁ। ଅସହ୍ୟ ଥଣ୍ଡାରେ ଥରଥର ହେଉଥିବା ସତ୍ତ୍ୱେ ଏହି ଭାଉଭଉଣୀମାନେ ଘରକୁ ଯିବାକୁ ଅମଙ୍ଗ ଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କି ବୁଝାସୁଝା କରି ସେମାନଙ୍କ ମା’ ଜିମା ଦେଇଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା […]

dkl

dkl

Niharika Rout
  • Published: Thursday, 10 December 2020
  • Updated: 10 December 2020, 03:04 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ବିନା କାରଣରେ ନିର୍ଘାତ ପିଟୁଥିଲା ବାପା। ନିର୍ଯାତନା ଅସହ୍ୟ ହେବାରୁ ଘର ଛାଡ଼ି ୩ ଭାଇଭଉଣୀ ରାସ୍ତାରେ ବୁଲିଲେ। ମାଗି ଯାଚି ଖାଇଲେ, ରାତି ହେଲେ ବୁଦା ମୂଳେ ଶୋଇଲେ। ହେଲେ ଘରକୁ ଫେରିଲେ ନାହିଁ। ଅସହ୍ୟ ଥଣ୍ଡାରେ ଥରଥର ହେଉଥିବା ସତ୍ତ୍ୱେ ଏହି ଭାଉଭଉଣୀମାନେ ଘରକୁ ଯିବାକୁ ଅମଙ୍ଗ ଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କି ବୁଝାସୁଝା କରି ସେମାନଙ୍କ ମା’ ଜିମା ଦେଇଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଦକ୍ଷିଣକାଳୀ ମନ୍ଦିର ନିକଟରେ।

ଗତକାଲି ରାତିରେ ଏକ ବୁଦା ମୂଳରେ ୩ ଭାଇଭଉଣୀ ଶୋଇଥିବା ଦେଖି ସ୍ଥାନୀୟ ଆପାର୍ଟମେଣ୍ଟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଟାଉନ ଥାନା ନାଇଟ ପାଟ୍ରୋଲିଂ ପିସିଆର ସେଠାରେ ପହଞ୍ଚି  ବୁଦା ମୂଳରୁ ମୁର୍ମୂଷ ଅବସ୍ଥାରେ ତିନି ଶିଶୁଙ୍କୁ ଉଦ୍ଧାର କରିଛି।

ପିଲାମାନଙ୍କୁ ପଚରାଉଚରା ପରେ ବାପା ମଦ୍ୟପାନ କରି ଅସହ୍ୟ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ବାପା ସବୁବେଳେ ମାରପିଟ୍ କରୁଥିବା ବେଳେ କଷ୍ଟ ଅସହ୍ୟ ହେବାରୁ ଭୟରେ ସେମାନେ ଘର ଛାଡ଼ି ଦେଇଥିବା କହିଛନ୍ତି। କେବଳ ଯେ, ସେମାନେ ନିର୍ଯାତନାର ଶିକାର ହେଉଛନ୍ତି, ତାହା ନୁହେଁ, ଘରେ ଥିବା ସେମାନଙ୍କ ଏକ ସାନ ଭଉଣୀ ମଧ୍ୟ ନିର୍ଯାତନାରୁ ବର୍ତ୍ତି ପାରୁନଥିବା ଅଭିଯୋଗ ହୋଇଛି। ବାପା ତାକୁ ମଧ୍ୟ ସାଂଘାତିକ ମାରପିଟ୍ କରୁଥିବା କାନ୍ଦକାନ୍ଦ ହୋଇ କହିଛନ୍ତି ଭାଉଭଉଣୀ।

ପୁଲିସ୍‌ ୩ ଛୁଆଙ୍କୁ ସେଠାରୁ ଉଦ୍ଧାର କରିବା ପରେ ବୁଝାସୁଝା କରି ସେମାନଙ୍କ ମା’ଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି। ହେଲେ ପୁଣିଥରେ ଉକ୍ତ ଘରକୁ ଯାଇ ଭାଇଭଉ଼ଣୀ କେତେ ସୁରକ୍ଷିତ ରହି ପାରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos