/odisha-reporter/media/post_attachments/uploads/2020/04/corona-1-3-1-1.jpg)
corona-1-3-1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଉ ୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ବମିଖାଲର ବୋଲି ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ୩ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି। ଏହି ୩ ଆକ୍ରାନ୍ତ ସମ୍ପର୍କରେ ୩ ଭାଇ।
https://twitter.com/HFWOdisha/status/1246066255779393539?s=20
ଏହା ପୂର୍ବରୁ ମଧ୍ୟ କଟକରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେ ଦିଲ୍ଲୀ ନିଜାମୁଦ୍ଦିନ୍ କାର୍ଯ୍ୟକ୍ରମରୁ ଫେରିଥିବା କୁହାଯାଇଛି। ଅର୍ଥାତ ଆଜି ଗୋଟିଏ ଦିନରେ ୪ ଜଣ କରୋନା ରୋଗୀ ରାଜ୍ୟରେ ଠାବ ହୋଇଛନ୍ତି।
Advertisment
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ, ଓଡ଼ିଶାରେ ଚିହ୍ନଟ ହୋଇଥିବା ୯ କରୋନା ରୋଗୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ ଜଣ ସୁସ୍ଥ ହୋଇସାରିଛନ୍ତି। ଅନ୍ୟପକ୍ଷରେ କେବଳ ରାଜଧାନୀ ଭୁବନେଶ୍ୱରରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
