ଜନନୀ ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ଟ୍ରକ୍, ୨ ମୃତ, ଗର୍ଭବତୀ ମହିଳା ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏନ୍‌ଏଚ୍‌-୧୬ ବରୁଣଗଡ଼ା ଛକରେ ଜନନୀ ଏକ୍ସପ୍ରେସକୁ  ଟ୍ରକ୍ ପଛପଟୁ ଧକ୍କା ଦେବା ଫଳରେ ୨ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗର୍ଭବତୀ ମହିଳା ଗୁରୁତର ହୋଇଛନ୍ତି।  ଗୁରୁତର ଗର୍ଭବତୀ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।   ଆଶାକର୍ମୀଙ୍କ ସମେତ ୨ ଜଣଙ୍କର  ମୃତ୍ୟୁ  ଘଟିଥିବା ଥିବା ଜଣାପଡ଼ିଛି।

ସମସ୍ତେ ଭୋଗରାଇ ବ୍ଲକ ରାଣୀବାସନ ଗାଁରୁ ବାଲେଶ୍ୱରକୁ ଆସୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା।