Advertisment

ଟ୍ରକ୍‌ ଓ କଣ୍ଟେନର ମୁହାଁମୁହିଁ ଧକ୍କା;  ୩ ମୃତ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନାୟକ ବନ୍ଧ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶଙ୍କର୍ଷଣ ମଣ୍ଡଳ, ମନମୋହନ ସିଂ ଓ ଠାକୁର ସିଂ। ଶଙ୍କର୍ଷଣଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାବଳପୁର ଅଞ୍ଚଳରେ। ମନମୋହନ ସିଂଙ୍କ ଘର ଭଦ୍ରକ ଅଞ୍ଚଳରେ ଓ ଠାକୁର ସିଂଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ଫେରାରେ। ଆଜି ସକାଳେ ଏହି ଦୁର୍ଘଟଣା […]

ଅଦ୍ୟତନ ହୋଇଛି
ଟ୍ରକ୍‌ ଓ କଣ୍ଟେନର ମୁହାଁମୁହିଁ ଧକ୍କା;  ୩ ମୃତ

soro

Advertisment

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନାୟକ ବନ୍ଧ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ମୃତକମାନେ ହେଲେ ଶଙ୍କର୍ଷଣ ମଣ୍ଡଳ, ମନମୋହନ ସିଂ ଓ ଠାକୁର ସିଂ। ଶଙ୍କର୍ଷଣଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାବଳପୁର ଅଞ୍ଚଳରେ। ମନମୋହନ ସିଂଙ୍କ ଘର ଭଦ୍ରକ ଅଞ୍ଚଳରେ ଓ ଠାକୁର ସିଂଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ଫେରାରେ। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।

ଭଦ୍ରକରୁ ସିମେଣ୍ଟ୍ ବୋଝେଇ କରି ରାଇରଙ୍ଗପୁର ଯାଉଥିବା ଏକ ଟ୍ରକ୍‌ର ୨ ଜଣ ଡ୍ରାଇଭର ନାୟକ ବନ୍ଧ ଛକ ନିକଟରେ ଟାୟାର ଚେକ୍ କରୁଥିଲେ। ଏହି ସମୟରେ ବାଲେଶ୍ୱର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ପ୍ଲାୟ ବୋଝେଇ କଣ୍ଟେନର ସିମେଣ୍ଟ ବୋଝେଇ ଟ୍ରକ୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଡ୍ରାଇଭର ଶଙ୍କର୍ଷଣ ଓ ମନମୋହନଙ୍କର ମୃତ୍ୟୁ ଘଟିଥିଲା।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ଲୋକ ଓ ପୁଲିସ୍  ପ୍ଲାୟ ବୋଝେଇ କଣ୍ଟେନର ଡ୍ରାଇଭର ଠାକୁର ସିଂଙ୍କୁ ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe