/odisha-reporter/media/post_attachments/uploads/2020/08/day-1-1.jpg)
day-1
ଆଠଗଡ଼(ନିଳକଣ୍ଠ ଦୋରା): ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ରାସ୍ତା ଉପରେ ୩ ଫୁଟର ପାଣି ଲହଡ଼ି ମାରୁଛି। ଫଳରେ କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରଠାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
Advertisment
/odisha-reporter/media/post_attachments/wp-content/uploads/2020/08/flood-3.jpg)
ଯାତାୟତ ନିମନ୍ତେ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ରାସ୍ତା ଦୃଶ୍ୟମାନ ହେଉନି। ଫଳରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରେ ଲେଉଟି ପଡିଛି ।
/odisha-reporter/media/post_attachments/wp-content/uploads/2020/08/flood-2.jpg)
ସେହିପରି ଆଠଗଡ ବଜାରର କିଛି ଅଞ୍ଚଳରେ ଡ୍ରେନରେ ଠିକ୍ ଭାବେ ପାଣି ନିଷ୍କାସନ ହୋଇପାରି ନାର୍ହି। ଫଳରେ ରାସ୍ତାରେ ପାଣି ଲହଡି ମାରିବା ସହ କିଛି ଦୋକାନରେ ଡ୍ରେନ ପାଣି ପଶିଯାଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
