Advertisment

ହୀରାକୁଦ‌ର ୩ ଗେଟ୍ ବନ୍ଦ ହେଲା, ୨୦ ଜିଲ୍ଲାକୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ହୀରାକୁଦ ଜଳଭଣ୍ଡାରର ବନ୍ଦ ହୋଇଛି ୩ଟି ଗେଟ୍। ଶେଷ ଖବର ସୁଦ୍ଧା ୪୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ହୀରାକୁଦ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଡ୍ୟାମ୍‌କୁ ଜଳ ପ୍ରବେଶ କମୁଛି। ଡ୍ୟାମ୍‌କୁ ୬ ଲକ୍ଷ ୮୮ ହଜାର ୮୬୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମରୁ ୭ ଲକ୍ଷ ୬୫ ହଜାର ୦୯୮ କ୍ୟୁସେକ୍ […]

author-image
Subrat Kumar Nayak
ହୀରାକୁଦ‌ର ୩ ଗେଟ୍ ବନ୍ଦ ହେଲା, ୨୦ ଜିଲ୍ଲାକୁ ସାମାନ୍ୟ ଆଶ୍ୱସ୍ତି

Hirakud

ଭୁବନେଶ୍ୱର: ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ହୀରାକୁଦ ଜଳଭଣ୍ଡାରର ବନ୍ଦ ହୋଇଛି ୩ଟି ଗେଟ୍। ଶେଷ ଖବର ସୁଦ୍ଧା ୪୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ହୀରାକୁଦ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଡ୍ୟାମ୍‌କୁ ଜଳ ପ୍ରବେଶ କମୁଛି। ଡ୍ୟାମ୍‌କୁ ୬ ଲକ୍ଷ ୮୮ ହଜାର ୮୬୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମରୁ ୭ ଲକ୍ଷ ୬୫ ହଜାର ୦୯୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ହୀରାକୁଦରେ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳ ପତ୍ତନ ୬୨୭.୯୩ ଫୁଟ ରହିଛି। ଅପରାହ୍ନ ୫ଟାରେ ମୁଣ୍ଡଳିରେ ଜଳ ପ୍ରବାହ ୧୦, ୦୨, ୮୨୩ କ୍ୟୁସେକ୍ ରହିଥିଲା।

ଅନ୍ୟପକ୍ଷରେ ଏସ୍‌ଆରସିଙ୍କ କହିବାନୁସାରେ, ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକରୁ ବେଶି ବଢ଼ିବନି। ମୁଣ୍ଡଳିରେ ୧୦ ଲକ୍ଷ ପ୍ରବାହ କାଲି ସକାଳ ଯାଏ ବଳବତ୍ତର ରହିବ। କାଲି ସକାଳ ପରେ ମୁଣ୍ଡଳିରେ ଜଳ ପ୍ରବାହ ଧୀରେ ଧୀରେ କମିବାକୁ ଲାଗିବ। ଏହାର ୮ ଘଣ୍ଟା ପରେ କେନ୍ଦ୍ରାପଡ଼ା, ୧୦ ଘଣ୍ଟା ପରେ ପୁରୀରେ କମିବ। ବନ୍ୟାରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବା ସମ୍ଭାବନା ରହିଛି। ମୁକାବିଲା ପାଇଁ ଓଡ୍ରାଫ୍, NDRF ଟିମ୍ ଓ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି SRC କହିଛନ୍ତି।

Advertisment