Advertisment

ଯବାନଙ୍କୁ ଛାଡ଼ିଲେ, ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରିନେଲେ ନକ୍ସଲ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଛତିଶଗଡ଼ ବିଜାପୁର ୱେଡେଙ୍ଗେଲ ଥାନା କଙ୍କାନାର ଗାଁରୁ ଗତ ରାତିରେ ୩ ମହିଳା ସ୍ୱାସ୍ଥ୍ୟ କର୍ମୀ ଅପହରଣ ହୋଇଛନ୍ତି। ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନକ୍ସଲ ଅପହରଣ କରିଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ଏହା ପଛର କାରଣ ଜଣାପଡ଼ି ନାହିଁ। ନକ୍ସଲମାନେ ସେମାନଙ୍କୁ କାହିଁକି ଅପହରଣ କଲେ, କେଉଁଠିକି ନେଇଛନ୍ତି ସେ ନେଇ ସବିଶେଷ ତଥ୍ୟ ମିଳିପାରିନାହିଁ। ପୁଲିସ୍‌ ପହଞ୍ଚି ତନାଘନା ଚଳାଇଥିବା ବେଳେ ଅପହୃତଙ୍କ ପରିବାର ଭୟଭୀତ ହୋଇପଡ଼ିଛନ୍ତି। ଗତକାଲି ନକ୍ସଲ ୬ […]

author-image
Niharika Rout
ଅଦ୍ୟତନ ହୋଇଛି
ଯବାନଙ୍କୁ ଛାଡ଼ିଲେ, ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରିନେଲେ ନକ୍ସଲ

jawan health worker

ମାଲକାନଗିରି(ଜିତେନ୍ଦ୍ର ବେଉରା): ଛତିଶଗଡ଼ ବିଜାପୁର ୱେଡେଙ୍ଗେଲ ଥାନା କଙ୍କାନାର ଗାଁରୁ ଗତ ରାତିରେ ୩ ମହିଳା ସ୍ୱାସ୍ଥ୍ୟ କର୍ମୀ ଅପହରଣ ହୋଇଛନ୍ତି। ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନକ୍ସଲ ଅପହରଣ କରିଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ଏହା ପଛର କାରଣ ଜଣାପଡ଼ି ନାହିଁ। ନକ୍ସଲମାନେ ସେମାନଙ୍କୁ କାହିଁକି ଅପହରଣ କଲେ, କେଉଁଠିକି ନେଇଛନ୍ତି ସେ ନେଇ ସବିଶେଷ ତଥ୍ୟ ମିଳିପାରିନାହିଁ। ପୁଲିସ୍‌ ପହଞ୍ଚି ତନାଘନା ଚଳାଇଥିବା ବେଳେ ଅପହୃତଙ୍କ ପରିବାର ଭୟଭୀତ ହୋଇପଡ଼ିଛନ୍ତି। ଗତକାଲି ନକ୍ସଲ ୬ ଦିନ ଧରି ପଣବନ୍ଦୀ କରି ରଖିଥିବା କମାଣ୍ଡୋ ରାକେଶ୍ୱର ସିଂହ ମାନହାସଙ୍କୁ ଛାଡ଼ିବା ପରେ ରାତିରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଉଠାଇ ନେଇଥିବା ସୂଚନା ରହିଛି।

Advertisment

ସୂଚନାଯୋଗ୍ୟ, ବିଜାପୁରରେ ଏପ୍ରିଲ ୩ରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନହାସଙ୍କୁ ପଣବନ୍ଦୀ କରିଥିଲେ ନକ୍ସଲ। ଆଉ ୬ ଦିନ ପରେ ଗୁରୁବାର ନକ୍ସଲମାନେ ତାଙ୍କୁ ଛାଡ଼ିଥିଲେ।

ରାକେଶ୍ୱରଙ୍କୁ ମୁକୁଳାଇବା ପାଇଁ ସରକାର ପଦ୍ମଶ୍ରୀ ଧର୍ମପାଲ ସାଇନି ଓ ଗୋଣ୍ଡୱାନା ସମାଜ ମୁଖ୍ୟ ତେଲେମା ବୋରିୟାଙ୍କୁ ନିଯୁକ୍ତ କରିଥିଲେ। ଏହାପରେ ନକ୍ସଲ ମାନେ ଦୁଇ ମଧ୍ୟସ୍ଥ ଓ ଶତାଧିକ ଗାଁ ଲୋକଙ୍କ ଉପସ୍ଥିତିରେ ରାକେଶ୍ୱରଙ୍କୁ ଛାଡ଼ିଥିଲେ। ଏହି ସମୟରେ ୭ ଜଣ ମିଡିଆ କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ସମ୍ମୁଖରେ ରାକେଶ୍ୱରଙ୍କୁ  ନକ୍ସଲମାନେ ସୁରକ୍ଷିତ ହସ୍ତାନ୍ତର କରିଥିଲେ। ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଚେକ ଅପ କରଯାଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାତିରେ ଯବାନ ରାକେଶ୍ୱର ସିଂହଙ୍କ ସହ ଫୋନରେ କଥା ହୋଇଥିବା ସୂଚନା ରହିଛି।

Advertisment
Naxal Attack Naxal Activities